ବିଧାୟକଙ୍କ ବନ୍ଧୁ ମିଳନ ନେତା ଓ ଜନତା ଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟକରନ୍ତି ସାମ୍ବାଦିକ
ଖଇରା : ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ନିର୍ବାଚନ ମଣ୍ଡଳିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଖଇରା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଏକ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗୁରୁବାର ଦିନ କୁପାରୀ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଧାୟକ ଖବରଦାତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଗଣମାଧ୍ୟମ ନେତା ଓ ଜନତାଙ୍କ ମଧ୍ୟରେ ସେତୁବନ୍ଧ ଭଳି କାର୍ଯ୍ୟ କରୁଥିବାରୁ ନିରପେକ୍ଷତା ଅବଲମ୍ବନ କରିବା ଉଚିତ । ସେ ରାଜନୀତି କରୁଛନ୍ତି ସତ ହେଲେ ଉନ୍ନତି ମୁଳକ କାର୍ଯ୍ୟରେ ସେ ରାଜନିତିରୁ ଉର୍ଦ୍ଧରେ ରହି ଯିଏ ଯେତେବେଳେ ଚାହିଁଲା ଆବଶ୍ୟକତା ଅନୁଯାୟୀ ସେ ସମସ୍ତଙ୍କୁ ସହଯୋଗ କରି ଆସୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ଅନାମ ଚରଣ ପଣ୍ଡା ଧନ୍ୟବାଦ ପ୍ରଦାନ ଅବସରରେ ବର୍ତ୍ତମାନ ବିଧାୟକ ଦଳରୁ ଉର୍ଦ୍ଧରେ ରହି ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଯଥାସମ୍ଭବ ସହଯୋଗ କରୁଥିବାରୁ ଜନସାଧରଣଙ୍କର ଅନୁକରଣିୟ ହୋଇପାରିଛନ୍ତି ବୋଲି କହିଥିଲେ । ଖଇରା ବ୍ଲକରେ ବିଭିନ୍ନ ଛାପା ଗଣମାଧ୍ୟମ ଓ ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
