ଜିଲ୍ଲା ବୋଇତ ବନ୍ଦାଣ ସମିତିର ୫୪ତମ ସାଧାରଣ ପରିଷଦ ବୈଠକ
କେନ୍ଦ୍ରାପଡ଼ା : ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡାର ୫୪ତମ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ନୂଆବସଷ୍ଟାଣ୍ଡ ନିକଟସ୍ଥ ଅନନ୍ତ ବଳିଆ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଗତ ବର୍ଷର କାର୍ଯ୍ୟକ୍ରମକୁ ଅନୁମୋଦନ କରାଯିବା ସହ ଚଳିତବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଚଳିତ ବର୍ଷ ସମିତିର ନୂତନ ସ୍ଥାୟୀ ସଦସ୍ୟ ଭାବରେ ଲୋହିତ କୁମାର ମହାନ୍ତି, ରାଜେନ୍ଦ୍ର ମହାପାତ୍ର, ଅମରିନ ସାହାଦତ, କୃପାସିନ୍ଧୁ ମଲିକ, ଦୀନେଶ କୁମାର ବେହେରା, ଅମରେଶ ରଥ, ସରୋଜ କୁମାର ପୃଷ୍ଟି, ପ୍ରଶାନ୍ତ ଆଚାର୍ଯ୍ୟ, ସରୋଜ କୁମାର ଦାସ, ପ୍ରଭାତ କୁମାର ବେହେରା, ଦୁଷ୍ମନ୍ତ ବେହେରା, ସଶ୍ମିତା ବାରିକ ପ୍ରମୁଖଙ୍କୁ ଗ୍ରହଣ କରାଯାଇଥିଲା । ଚଳିତବର୍ଷ ବୋଇତବନ୍ଦାଣ ଉତ୍ସବ ପାଳନ ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ପରେ ଜଜାଙ୍ଗସ୍ଥିତ ଆଦର୍ଶ ପୁଷ୍କରିଣୀରେ ଆଡମ୍ବର ସହକାରେ ପାଳନ କରାଯିବାକୁ ସ୍ଥିର କରାଯାଇଥିଲା । ଏହି ଅବସରରେ ଚଳିତମାସ ୨୩ତାରିଖ ରବିବାର ସକାଳ ୧୦ଟାରେ ବିଗତ ବର୍ଷମାନଙ୍କ ଭଳି ତୁଳସୀ ମହିଳା କଲେଜରେ ଚିତ୍ରାଙ୍କନ, ବକ୍ତୃତା, ଝୋଟି(ମୁରୁଜ), ସଂଗୀତ ପ୍ରଭୃତି ପ୍ରତିଯୋଗୀତା ମାନ ସବ ଜୁନିଅର, ଜୁନିଅର ଓ ସିନିଅର ବିଭାଗରେ ଅନୁଷ୍ଠିତ ହେବ । ଦିବଗଂତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସ୍ମୃତିରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତବର୍ଷ ଉତ୍ସବର ସଫଳତା ପାଇଁ ଯେଉଁମାନେ ସମିତିର ନୂତନ କର୍ମକର୍ତ୍ତା ଭାବେ ନିର୍ବାଚିତ ହେଲେ ସେମାନେ ହେଉଛନ୍ତି ସଭାପତି – ଚିନ୍ମୟ ପ୍ରସାଦ ବେହୁରା, କାର୍ଯ୍ୟକାରୀ ସଭାପତି ବୈଷ୍ଣବ ଚରଣ ପ୍ରଧାନ, ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ରବିନାରାୟଣ ମହାନ୍ତି, ସମ୍ପାଦକ ସଞ୍ଜୟ ରାଉତ, କାର୍ଯ୍ୟକାରୀ ସମ୍ପାଦକ ସରୋଜ କୁମାର ସାହୁ, ସଂଯୋଜକ ମୁକ୍ତାର ଖାନ ଓ ସୁବାଷ ପାତ୍ର, ବ୍ୟବସ୍ଥାପକ ଗୋଲେଖ ଚନ୍ଦ୍ର ପଢିଆରୀ ଓ କମଳାକାନ୍ତ ବେହେରା, ସହ ସମ୍ପାଦକ ବିନିରାଣୀ ଖଟୁଆ, ରାଜେନ୍ଦ୍ର ମହାପାତ୍ର, ଅମ୍ରିନ ସାହାଦତ, ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ଦାସ, କୃପାସିନ୍ଧୁ ମଲିକ, ମମତା ସେଠୀ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ହିମାଂଶୁ ଦାସ ଓ ଦୀନେଶ କୁମାର ବେହେରା, ଯୋଗାଯୋଗ ସମ୍ପାଦକ ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକ, ସାଂଗଠନିକ ସମ୍ପାଦକ ଶରତ ଚନ୍ଦ୍ର ଧଳ,ସୈାମ୍ୟରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ରବିନ୍ଦ୍ର ନାଥ ରଥ, କାର୍ଯ୍ୟକାରୀ କମିଟିର ସଭ୍ୟ ଭାବରେ ମହମ୍ମଦ ଆକବର ଅଲ୍ଲୀ, ସଚ୍ଚିକାନ୍ତ ନାଥ, ଅଧ୍ୟାପକ ଅଜୟ ରାଉତ, ଗାୟତ୍ରୀ ମହାନ୍ତି, ଲୋହିତ କୁମାର ମହାନ୍ତି, ପ୍ରତାପ ନାରାୟଣ ମହାପାତ୍ର, ଅମରେଶ ରଥ ପ୍ରମୁଖ । ଚଳିତ ବର୍ଷର ବୋଇତ ବନ୍ଦାଣ ଉତ୍ସବ ଓ ସମସ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ମହାନ୍ତି ନିବେଦନ ରଖି ସଭା ସାଙ୍ଘ ଘୋଷଣା କରିଥିଲେ ।
