ଆଜିର ପେଟ୍ରୋଲ-ଡିଜେଲ ଦର ଜାରି, ତେଲ ପକାଇବା ପୂର୍ବରୁ ଏଠାରେ ଚେକ କରନ୍ତୁ
ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଦିନ ପାଇଁ ଅଶୋଧିତ ମୂଲ୍ୟ ଗ୍ରୀନ ମାର୍କରେ କାରବାର କରୁଛି। ଉତ୍ପାଦନ ହ୍ରାସ ଆଶଙ୍କାରେ ଅଶୋଧିତ ମୂଲ୍ୟ ବୃଦ୍ଧି ପାଉଛି। ଅଶୋଧିତ ତୈଳ ବ୍ୟାରେଲ ପିଛା ୯୦ ଡଲାରରୁ ଅଧିକ ହୋଇଥିବା ଦେଖାଯାଉଛି। ଦୁଇମାସ ଧରି ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଥିଲା, କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ।
ସବୁଦିନ ପରି ଗୁରୁବାର ସକାଳେ ମଧ୍ୟ ତୈଳ କମ୍ପାନୀ (ବିପିସିଏଲ, ଆଇଓସିଏଲ, ଏଚପିସିଏଲ) ଗୁଡିକ ପେଟ୍ରୋଲ ଡିଜେଲର ନୂଆ ଦର ଜାରି କରିଛନ୍ତି। ଡବ୍ଲୁଟିଆଇ ଅଶୋଧିତ ବ୍ୟାରେଲ ପିଛା ୯୦ ଡଲାର ଉପରେ ରହିଛି। ଏଥି ସହିତ, ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୩.୭୪ ଡଲାରରେ ପହଞ୍ଚିଛି। ତଥାପି ଦେଶରେ ପେଟ୍ରୋଲ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ତଥାପି ରାଜ୍ୟ ରାଜ୍ୟ ତୁଳନାରେ ଏଥିରେ ବ୍ୟବଧାନ ରହିଛି। ସ୍ଥାନୀୟ କର ଓ ଭ୍ୟାଟ ଅନୁସାରେ ଗୋଟିଏ ରାଜ୍ୟ କିମ୍ବା ସହରଠାରୁ ଅନ୍ୟ ରାଜ୍ୟରେ ତୈଳ ଦର କମ କିମ୍ବା ବେଶି ହୋଇଥାଏ।
ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୩.୧୯ ଟଙ୍କା ଓ ଡିଜେଲ ୯୫.୧୨ ଟଙ୍କାରେ ବିକ୍ରି ହେଉଛି। ସିଲଭର ସିଟିରେ ଏହି ଦର କ୍ରମଶଂ ୧୦୩.୫୬ ଓ ୯୫.୧୨ ଟଙ୍କା ଅଛି। ମାଲକାନଗିରିବାସୀ ଉଭୟ ପେଟ୍ରୋଲ ଓ ଡିଜେଲ ଶହେରୁ ଊର୍ଦ୍ଧ୍ୱ ଟଙ୍କା ଦେଇ କିଣୁଛନ୍ତି। ସେଠାରେ ଗୋଟିଏ ଲିଟର ପେଟ୍ରୋଲ ପାଇଁ ଲୋକଙ୍କୁ ୧୦୯.୨୦ ଟଙ୍କା ଓ ଡିଜେଲ ପାଇଁ ୧୦୦.୫୬ ଟଙ୍କା ଦେବାକୁ ପଡୁଛି। ଅନ୍ୟ ଜିଲ୍ଲା ବିଷୟରେ କହିବାକୁ ଗଲେ, ପୁରୀରେ ପେଟ୍ରୋଲ ୧୦୩.୩୮ ଟଙ୍କା, ନୟାଗଡରେ ୧୦୩.୬୩ ଟଙ୍କା, କେନ୍ଦୁଝରରେ ୧୦୫.୩୦ ଟଙ୍କା, ସୁନ୍ଦରଗଡରେ ୧୩.୩୫ ଟଙ୍କା, ନବରଙ୍ଗପୁରରେ ୧୦୭.୬୮, ରାୟଗଡାରେ ୧୦୭.୪ ରହିଛି। ସେହିପରି ବାଲେଶ୍ୱରରେ ଗୋଟିଏ ଲିଟର ପେଟ୍ରୋଲ ପାଇଁ ଲୋକେ ୧୦୩.୯୫ ଟଙ୍କା ଓ କେନ୍ଦ୍ରାପଡାରେ ୧୦୩.୨୬ ଟଙ୍କା ଗଣୁଛନ୍ତି। ତେବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଡିଜେଲ ଦର ୯୪ ଟଙ୍କା ଉପରେ ରହିଛି। ସମ୍ବଲପୁରରେ ଲିଟର ପିଛା ଡିଜେଲ ୯୫.୧୮ ଟଙ୍କା, ଝାରସୁଗୁଡାରେ ୯୫.୦୨ ଟଙ୍କା, ପୁରୀରେ ୯୪.୯୪ ଟଙ୍କା, ବରଗଡରେ ୯୪.୪୮ ଟଙ୍କା, ବାଲେଶ୍ୱରରେ ୯୫.୫୦ ଟଙ୍କା, ଝାରସୁଗୁଡାରେ ୯୫.୦୨ ଟଙ୍କାରେ ବିକ୍ରି ହେଉଛି।
ଦର ବିଷୟରେ ଜାଣିବା ପାଇଁ ଏଠାରେ ଚେକ କରନ୍ତୁ :
ପେଟ୍ରୋଲ ଏବଂ ଡିଜେଲର ନୂତନ ଦର ବିଷୟରେ ଜାଣିବା ପାଇଁ ତୈଳ କମ୍ପାନୀଗୁଡିକ ଏସଏମଏସ ସୁବିଧା ଦେଇଛନ୍ତି। ଦର ଯାଞ୍ଚ କରିବାକୁ, ଇଣ୍ଡିଆନ୍ ଅଏଲ୍ (ଆଇଓସି) ର ଗ୍ରାହକଙ୍କୁ ଆରଏସପି <ଡିଲର କୋଡ୍> ଲେଖି ଏହାକୁ ୯୨୨୪୯୯୨୨୪୯କୁ ପଠାଇବାକୁ ପଡିବ। ସେହିପରି ଏଚପିସିଏଲ ଗ୍ରାହକ ଏସଏମଏସ ଏଚପିପିଆରଆଇସିଇ <ଡିଲର କୋଡ୍> ଲେଖି ୯୨୨୨୨୦୧୧୨୨ ଏବଂ ବିପିସିଏଲ ଗ୍ରାହକ ଆରଏସପି <ଡିଲର କୋଡ୍> ଲେଖି ୯୨୨୩୧୧୨୨୨୨ ପଠାଇଲେ ଏସଏମଏସ ମାଧ୍ୟମରେ ଆପଣଙ୍କ ସହରର ତୈଳ ଦର ବିଷୟରେ ତଥ୍ୟ ପାଇପାରିବେ।
