ଶୋପିଆନରେ ଏନକାଉଣ୍ଟର, ୪ ଆତଙ୍କବାଦୀ ମୃତ
Srinagar: Army personnel conduct a cordon and search operation after two terrorists were killed in an encounter with the security forces at Ranbirgarh Panzinara on the outskirts of Srinagar on July 25, 2020. (Photo: IANS)
ଶ୍ରୀନଗର : ଜମ୍ମୁ କାଶ୍ମୀରର ଶୋପିଆନରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ସହ ପୃଥକ୍ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନେଇ ଜମ୍ମୁ କାଶ୍ମୀର ପୋଲିସ ତରଫରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୋପିଆନର ଦ୍ରାସ୍ ଏବଂ ମୁଲୁ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା | ଦ୍ରାସରେ ତିନି ଜଣ ଓ ମୁଲୁରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ସେହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଶୋପିଆନ୍ର ଦ୍ରାସ୍ ଅଞ୍ଚଳରେ ମଙ୍ଗଳବାର ରାତିରେ ଏକ ଏନକାଉଣ୍ଟର ହୋଇଥିଲା। ମୁଲୁରେ ଆଜି ସକାଳେ ଏନକାଉଣ୍ଟର ହୋଇଥିଲା | ପୋଲିସ୍ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ଦ୍ରାସ୍ ଅଞ୍ଚଳରେ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଚାରି ଆଡୁ ଘେରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ପ୍ରଥମେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ, କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା ।
