ନବରାତ୍ରୀ ଉପଲକ୍ଷେ ଝାରସୁଗୁଡ଼ା ସହର ମାଁ ଙ୍କୁ ଦାଣ୍ଡିଆ କରି ସ୍ବାଗତ
ଝାରସୁଗୁଡ଼ା : ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ । ପାର୍ବଣ ଋତୁ ରେ ମାଁ ଦୂର୍ଗାଙ୍କ ଆଗମନ ହୋଇଥାଏ । ମାଁ ଦୁର୍ଗାଙ୍କୁ ମର୍ତ୍ତ୍ୟବାସୀ ଶ୍ରଦ୍ଧାପୂର୍ବକ ସ୍ବାଗତ କରିଥାନ୍ତି ଏହି ମର୍ତ୍ତ୍ୟ ପୁରୀ କୁ । ପାର୍ବଣ ରେ ମାଁ ଙ୍କୁ ନଅ ଦିନ ପାଇଁ ଭକ୍ତି ର ସହିତ ପୂଜା କରାଯାଇଥାଏ । ଏହି ଦିନ କୁ ମାଁ ଙ୍କ ନବରାତ୍ରୀ ପୂଜା କୁହାଯାଏ । ଏହି ନବରାତ୍ରୀ ରେ ମାଁ ଙ୍କର ଭବ୍ୟ ସ୍ଵାଗତ କରାଯାଇଥାଏ । ତେବେ ଦାଣ୍ଡିଆ କରି ମାଁ ଦୁର୍ଗା ଙ୍କୁ ଏହି ନବରାତ୍ରୀ ପାଇଁ ସ୍ବାଗତ କରାଯାଇଥାଏ । ନବରାତ୍ରୀ ଉପଲକ୍ଷେ ଝାରସୁଗୁଡ଼ା ସହର ରେ ମଧ୍ୟ ମାଁ ଙ୍କୁ ଦାଣ୍ଡିଆ କରି ସ୍ବାଗତ କରାଯାଇଥିଲା । ଦୁଇ ବର୍ଷ ପରେ ଝାରସୁଗୁଡ଼ା ସହର ରେ ଆଡମ୍ବର ର ସହିତ ପାଳିତ ହୋଇଯାଇଛି ଝାରସୁଗୁଡ଼ା ର ସବୁଠୁ ବଡ ରାସ୍ ଗର୍ବା ଉତ୍ସବ । କୋରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଝାରସୁଗୁଡ଼ାବାସୀ କୌଣସି ପର୍ବ ପାଳନ କରି ପାରି ନଥିଲେ । ଏହା କୁ ନଜର ରେ ରଖି କେବଳ ଝାରସୁଗୁଡ଼ାବାସୀ ଙ୍କ ମନୋରଞ୍ଜନ ପାଇଁ ଝାରସୁଗୁଡ଼ା ର ଟ୍ୟାଲେଣ୍ଟ୍ ହବ୍ ଏବଂ A ୱାନ୍ ଇଭେଣ୍ଟ ପକ୍ଷରୁ ରାସ ଗର୍ବା ଉତ୍ସବ ମହା ଆଡ଼ମ୍ବରରେ ଆୟୋଜନ କରାଯାଇଥିଲା । ଗର୍ବା ପାଇଁ ଟ୍ୟାଲେଣ୍ଟ୍ ହବ୍ ରେ ଏକ ଫ୍ରି ୱାର୍କ୍ ସପ୍ ରଖା ଯାଇଥିଲା ଯେଉଁଠି ଗର୍ବା ପାଇଁ ଟିକେଟ ନେଇଥିବା ଲୋକ ମାନେ ଆସି ଗର୍ବା ପାଇଁ ପ୍ରସ୍ତୁତି କରିଥିଲେ । ଏହି ରାସ ଗର୍ବା କାର୍ଯ୍ୟକ୍ରମ ଦୁଇ ବର୍ଷ ପରେ ଲୋକଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରିଦେଇଥିଲା । ଲୋକେ ଖୁସି ଆନନ୍ଦ ର ସହିତ ରାସ ଗର୍ବା କୁ ଉପଭୋଗ କରିଛନ୍ତି । ଗତ ସେପ୍ଟେମ୍ବର 30 ଏବଂ ଅକ୍ଟୋବର ୧ ତାରିଖ ଦୁଇ ଦିନ ଏହି ରାସ ଗର୍ବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ାବାସୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଦୁଇ ଦିନ ଆନନ୍ଦ ଉଲ୍ଲାସ ସହ ଉପଭୋଗ କରିଥିଲେ ।
