ସୋରରେ ଝଲସୁଛି ମା ଦୁର୍ଗାଙ୍କ ପୂଜା ମଣ୍ଡପ
ସୋର : ଏଥର ପାର୍ବଣରେ ସୋର ସହର ସହ ଆଖପାଖ ଗ୍ରାମାଞ୍ଚଳ ମଣ୍ଡପରେ ବେଶ୍ ଧୁମ୍ଧାମ୍ରେ ପାଳିତ ହେଉଛି ମା ଦୁର୍ଗାଙ୍କ ପୂଜା । ବେଶ୍ ଉତ୍ସବ ମୁଖର ଅଛି କରୋନା ପରର ଶାରଦୀୟ ପୂଜା । ସଂକିର୍ତ୍ତନ ମଣ୍ଡଳୀ ବାଜା ବାଣରେ ବେଶ୍ ଝମକରେ ଷଷ୍ଠୀର ତଥିରେ ବେଲ୍ୱବରଣ ସହ ଘଟ ଉତ୍ତ୍ୱଳନ ହୋଇଛି । ଆଜି ଦିନ ତମାମ ମେଘୁଆ ଝିପି ବର୍ଷାରେବି ଲମ୍ବା ଧାଡିରେ ମାନସିକ ବ୍ରତଧାରୀ ଶ୍ରଦ୍ଧାଳୁ ବଡପୂଜା ପରେ ବ୍ରତିଧାରଣ କରିଥିଲେ । ସଂଧ୍ୟାରେ ପାଗ ଅନୁକୂଳ ଥିବା ବେଳେ ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଭିଡ ଜମିଛି । ସୋର ସହରରେ ୨୧ ମଣ୍ଡପରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଛି । ଭଜନ ସଂଧ୍ୟା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବିଶେଷ କରି ସୋର ନୂଆ ବସ୍ଷ୍ଟାଣ୍ଡ, ଥାନା ଛକ, କଲେଜ ଛକ, ରାଧାନାଥ ପଡିଆ, ଉତ୍ତରେଶ୍ୱର, ଗେଟ୍ ବଜାର, କଂଗ୍ରେସ ଅଫିସ, କରଘର ଛତ୍ରପୁର, ମୋବାରକପୁର, ଗୁହାରିଆ ସାହି, ମେଘମାଧବ, କେଦାରପୁର, ଛତ୍ରପୁର ହରପାର୍ବତୀ ଓ ଅଡଙ୍ଗବଜାର ନନ୍ଦିଘର, ଆଦି ପ୍ରମୁଖ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଏଥର ବଢ଼ିଛି । ସୋରରେ ଏଥର ଶାନ୍ତି କମିଟି ସହ ପୁଲିସ ପ୍ରଶାସନର ଆଲୋଚନା ଅନୁଯାୟୀ ଶାନ୍ତିଶୃଙ୍ଖଳାର ସହ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଲିସ ପ୍ରଶାସନ ବେଶ୍ ତତ୍ପରଅଛି । ସୋରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମହରଣାଙ୍କ ସହ ଥାନା ଭାରପ୍ରାପ୍ତ ଅଧିକାରିଣୀ ସୁଜାତା ଖମାରୀ ଦୁଇ ପ୍ଲାଟୁନ୍ ଫର୍ସ ନେଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ତଦାରଖ କରୁଛନ୍ତି । ସୋର ତହସିଲଦାର ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବେଳେ ପ୍ରତି ମଣ୍ଡପରେ ପୁଲିସ େ‘ାର୍ସ ମୂତୟନ ହୋଇଛନ୍ତି । ସୋର ବିଧାୟକ ପର୍ଶୁରାରମ ଧଡାଙ୍କ ସହ ପୈାରାଧ୍ୟକ୍ଷ ମାଧବ ଧଡା ସବୁ ମଣ୍ଡପ ପରିଦର୍ଶନ କରି ମାଆଙ୍କ ଦର୍ଶନ କରି କମିଟି ସଦସ୍ୟଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି । ପୈାରପାଳିକା ପକ୍ଷରୁ ମଣ୍ଡପ ସହ ସହରର ସ୍ୱଚ୍ଛତା, ବିଦ୍ୟୁତ୍ ଓ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି ।
