ସର୍ବଭାରତୀୟ ପାୱାର ଲିଫଟିଂରେ କେନ୍ଦ୍ରାପଡାର ରୋନିତ ରୋଶନଙ୍କୁ ରୈାପ୍ୟପଦକ
କେନ୍ଦ୍ରାପଡା : ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ ପକ୍ଷରୁ ଦିଲ୍ଲୀ ଠାରେ ଆୟୋଜିତ ସର୍ବଭାରତୀୟ ଜୁନିଅର ପାୱାର ଲିଫଟିଂଚମ୍ପିୟନସିପ ପ୍ରତିଯୋଗୀତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମନିବାସୀ ନୃସିଂହ ଚରଣ ସ୍ୱାଇଁଙ୍କ ନାତି ତଥା ଶିକ୍ଷକ ନିର୍ମଳ କୁମାର ସ୍ୱାଇଁଙ୍କ ପୁତ୍ର ରୋନିତ ରୋଶନ ସ୍ୱାଇଁ ଅଂଶଗ୍ରହଣ କରି ରୈାପ୍ୟ ପଦକ ହାସଲ କରିବା ସହିତ ଆମ ରାଜ୍ୟ ତଥା ଜିଲ୍ଲା ପାଇଁ ଗୈାରବ ଆଣିଦେଇଛନ୍ତି । ଏଥିପୂର୍ବରୁ ରୋନିତ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଅଧୁନା ରୋନିତ ଭୁବନେଶ୍ୱରସ୍ଥିତ ଟ୍ରାଇଡେଣ୍ଟ ଇନଷ୍ଟିଟ୍ୟୁଟରେ ବି.ଟେକରେ ଅଧ୍ୟୟନ କରୁଛନ୍ତି । ଏଭଳି ଗୈାରବ ଆଣିଦେଇଥିବାରୁ ରୋନିତଙ୍କୁ ସାଙ୍ଗସାଥୀ, ପରିବାର ପରିଜନ, ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ଦେଖବାକୁôମିଳିଛି । ଏଭଳି କୃତି ପ୍ରତିଯୋଗୀଙ୍କୁ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି । ରୋନିତଙ୍କ ସଫଳତାକୁ ନେଇ ବିଶେଷ କରି ତାଙ୍କ ଜେଜେ ନୃସିଂହ ଚରଣ ସ୍ୱାଇଁ ଏବଂ ମା କମଳା ସ୍ୱାଇଁ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଭବିଷ୍ୟତର ଉଜ୍ଜଳକାମନା କରି ତାଙ୍କୁ ଆଶ୍ରିର୍ବାଦ କରିଛନ୍ତି ।
