ମଞ୍ଚରୁ ଜନସାଧାରଣଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି? ସାତ ମିନିଟର ଭାଷଣରେ କହିଲେ…
ରାଜସ୍ଥାନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ଜନସାଧାରଣଙ୍କୁ ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି। ରାଜସ୍ଥାନ ଗସ୍ତ ବେଳେ ଆବୁ ରୋଡ ଅଞ୍ଚଳରେ ଆୟୋଜିତ ରାତିରେ ବିଳମ୍ବରେ ପହଞ୍ଚି ଥିବାରୁ ସେ ସେଠାରେ ଉପସ୍ଥିତ ଜନତାଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିଲା। ସେ ରାତି ସାଢେ ଆଠଟାରେ କାର୍ଯ୍ୟକ୍ରମରେ ପହଞ୍ଚିବାର ଥିଲା କିନ୍ତୁ କୌଣସି କାରଣ ବଶତଃ ରାତି ୧୦ଟା ପରେ ରାଲିରେ ପହଞ୍ଚିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ କ୍ଷମା ମାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜସ୍ଥାନର ସିରୋହିର ଆବୁ ରୋଡ୍ ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିନାହାଁନ୍ତି। କାରଣ ସେ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତାଙ୍କୁ ଲାଉଡ ସ୍ପିକର ନିୟମ ମାନିବାକୁ ପଡିବ ବୋଲି କହିଥିଲେ। ରାତି ୧୦ଟା ପାର ହୋଇଯାଇଥିବାରୁ ସେ ମାଇକ୍ ବର୍ଜନ କରିଥିଲେ। ସମାବେଶ ପୂର୍ବରୁ ସେ ରାଲିରେ ଉପସ୍ଥିତ ଲୋକଙ୍କୁ କ୍ଷମା ମାଗିଥିଲେ ଏବଂ ସେ ସିରୋହିରେ ପୁନର୍ବାର ଆସିବେ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ କୌଣସି ଜନସଭାରେ ବିଳମ୍ବରେ ପହଞ୍ଚିଛନ୍ତି ଓ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିଥିବା କୁହାଯାଉଛି।
ସିରୋହିର ସହରରେୱରାତି ୧୦ଟା ପରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ଶୁକ୍ରବାର ରାତିରେ ରାଜସ୍ଥାନର ଆବୁ ରୋଡର ମଞ୍ଚରୁ ପ୍ରଧାନମନ୍ତ୍ରୀ ବିନା ମାଇକରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୁଁ ପହଞ୍ଚିବାରେ ବିଳମ୍ବ କରିଛି ଏବଂ ରାତି ୧୦ଟା ବାଜିଲାଣି। କିନ୍ତୁ ମୋର ଆତ୍ମା କୁହୁଛି ଯେ, ମୁଁ ନିୟମ ପାଳନ କରିବା ଜରୁରୀ। ସେଥିପାଇଁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି। ମୁଁ ନିଶ୍ଚିତ ଭାବେ ପୁନର୍ବାର ଏଠାକୁ ଆସିବି ଏବଂ ଆପଣଙ୍କ ଭଲ ପାଇବାର ପାଉଣାକୁ ସୁଧମୂଳ ସହିତ ପରିଶୋଧ କରିବି।” ପ୍ରଧାନମନ୍ତ୍ରୀ ମଞ୍ଚରେ ମାତ୍ର ସାତ ମିନିଟ ରହି ପରେ ଫେରିଗଲେ।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାର ଅଛି। ସେଥିପାଇଁ ଦଳ ସେଠାରେ ନିଜକୁ ସୁଦୃଢ କରିବାକୁ ଚେଷ୍ଟା କରୁଛି। ସିରୋହି ରାଲି ମାଧ୍ୟମରେ ଦକ୍ଷିଣ ରାଜସ୍ଥାନରେ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ବିଳମ୍ବରେ ପହଞ୍ଚିବାରୁ ତାହା ଫସର ଫାଟିଯାଇଛି। ସିରୋହି ହେଉଛି ରାଜସ୍ଥାନ ଓ ଗୁଜୁରାଟର ସୀମାନ୍ତବର୍ତ୍ତୀ ଅଞ୍ଚଳ। ଏହାର ଚାରିପାଖରେ ଉଭୟ ରାଜ୍ୟର ୪୦ରୁ ଊର୍ଦ୍ଧ୍ୱ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଛି। ଚଳିତ ବର୍ଷ ଶେଷ ସୁଦ୍ଧା ୧୮୨ଟି ସିଟ ବିଶିଷ୍ଟ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ଆସନ୍ତା ବର୍ଷ ବର୍ତ୍ତମାନର କଂଗ୍ରେସ ଶାସିତ ରାଜସ୍ଥାନରେ ଭୋଟ ହେବ।
