ବିଗବସ୍ ୧୬ : ସାମ୍ନାକୁ ଆସିଲା ସମସ୍ତ ପ୍ରତିଯୋଗୀଙ୍କ ନାମ, ଜାଣନ୍ତୁ କନଫର୍ମ ଲିଷ୍ଟରେ ଅଛି କାହା ନାଁ ?
ମୁମ୍ବାଇ : ଅପେକ୍ଷାର ଅନ୍ତ ଘଟିଛି । ଅକ୍ଟୋବର ୧ରୁ ଆରମ୍ଭ ହୋଇଛି ଲୋକପ୍ରିୟ ରିୟଲିଟି ଶୋ’ ବିଗବସ୍ ୧୬। ତେବେ, ଏ ରିୟଲିଟି ଶୋ’କୁ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ ଦର୍ଶକ। ଏହି ଶୋ’ ମାଧ୍ୟମରେ ଦର୍ଶକଙ୍କୁ ଏଣ୍ଟରଟେନମେଣ୍ଟ କରାଇବେ ବିଗ୍ ବସ୍ ର ପ୍ରତିଯୋଗୀ । ଏହାରି ବିଗବସରେ ଭାଗ ନେଇ ଥିବା ସମସ୍ତ ପ୍ରତିଯୋଗୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଗ୍ଲାମର ଦୁନିଆର ଅନେକ ସେଲିବ୍ରିଟି ସଲମାନ ଖାନଙ୍କ ଶୋ’ରେ ଅଂଶଗ୍ରହଣ କରିଛନ୍ତି। ଏହି ଶୋ’ରେ ପ୍ରାୟ ୧୦୦ ଦିନ ପର୍ଯ୍ୟନ୍ତ ଦର୍ଶକଙ୍କୁ ପୁରା ମନୋରଞ୍ଜନ କରିବେ ପ୍ରତିଯୋଗୀ। ଏପର୍ଯ୍ୟନ୍ତ ନିର୍ମାତାମାନେ କିଛି ପ୍ରତିଯୋଗୀଙ୍କ ପ୍ରୋମୋ ରିଲିଜ୍ କରିଥିଲେ। ତେଣୁ ବାକି ନାମ ଗୁଡିକ ଶୋ’ର ଟେଲିକାଷ୍ଟ ସମୟରେ ପ୍ରକାଶ ପାଇଛି । ଟିଭିରେ ଦେଖାଯିବା ପୂର୍ବରୁ, ଆମେ ଆପଣଙ୍କୁ ଶୋ’ରେ ଅଂଶଗ୍ରହଣ କରିବାର ନିଶ୍ଚିତ ବିଷୟରେ କହିବୁ। ସଲମାନଙ୍କ ଶୋ’ରେ ‘ଉତ୍ତରନ୍’ ଫେମ୍ ଟିନା ଦତ୍ତା ନଜର ଆସିବେ। ତାଙ୍କର ପ୍ରମୋ ରିଲିଜ୍ ହୋଇଛି ।
ଟିନା ଗତ କିଛି ବର୍ଷ ଧରି ‘ବିଗ୍ ବସ୍’ରୁ ଅଫର୍ ଆସୁଥିଲା ଏବଂ ପ୍ରତ୍ୟେକ ଥର ଏହି ଶୋ’ରେ ଅଂଶଗ୍ରହଣ କରିବାର କଳ୍ପନାଜଳ୍ପନା ଚାଲିଥିଲା। ଶେଷରେ ସେ ‘ବିଗ୍ ବସ୍ ୧୬’ରେ ନଜର ଆସିଛନ୍ତି। ସଲମାନଙ୍କ ଶୋ’ରେ ‘ଛୋଟି ସରଦାନୀ’ ଖ୍ୟାତି ନିମ୍ରିତ କୌର ଅହଲୁୱାଲିଆ ମଧ୍ୟ ନଜର ଆସିବେ। ପରବର୍ତ୍ତୀ ପ୍ରତିଯୋଗୀ ‘ଇମଲି’ର ଫେମ୍ ସୁମ୍ବୁଲ୍ ତୌଉକିର୍ । ତାଜିକିସ୍ତାନର ଗାୟକ ଅବଦୁ ରୋଜିକ୍ ଏହି ଶୋ’ର ପ୍ରଥମ କନଫର୍ମ ପ୍ରତିଯୋଗୀ । ମଙ୍ଗଳବାର ନିଜେ ସଲମାନ ତାଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ପରିଚିତ କରାଇଥିଲେ। ବିଗ୍ ବସ୍ ୧୬ ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ହେଲେ ଟିନା ଦତ୍ତା,ଅବଦୁଲ୍ ରୋଜିକ୍ ,ନିମ୍ରିତ୍ କୌର ଅହଲୁୱାଲିଆ, ଗୌତମ ଭିଗ୍ , ଏମସି ଷ୍ଟାନ୍ , ଅଙ୍କିତ ଗୁପ୍ତା ,ସମ୍ବୁଲ ତୌକିର ଓ ମାନିଆ ସିଂ । ସେହିପରି ସୌନ୍ଦର୍ଯ୍ୟ ଶର୍ମା,ଶାଲିନ୍ ଭନୋତ୍,ଶ୍ରୀଜିତା ଦେ, ଶିବ ଠାକରେ ପ୍ରିୟଙ୍କା ଚହର ଚୌଧୁରୀ, ସାଜିଦ୍ ଖାନ୍ ,ଗୋରି ନାଗୋରୀ ଓ ଅର୍ଚ୍ଚନା ଗୌତମଙ୍କ ନାଁ ରହିଛି । ତେବେ ଚଳିତ ବର୍ଷ ବିଗବସ ୧୬ରେ ଓଡିଆ ଅଭିନେତ୍ରୀ ପ୍ରକୃତିଙ୍କ ପ୍ରତିଯୋଗୀ ଭାବେ ଭାଗ ନେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେ ଏଥିରୁ ବାଦ୍ ପଡିଛନ୍ତି ।
ସୂଚନା ଯେ, ଗତ ସିଜିନରେ ବିଗବସ୍ ଓ୍ବିନର ଥିଲେ ତଜେସ୍ବୀ ପ୍ରକାଶ । ସେ ବିଗବସ ସିଜିନରେ ବିଜେତା ହୋଇଥିବା ବେଳେ ଟ୍ରଫି ହାତେଇଥିଲେ। ଏହାସହ ୪୦ ଲକ୍ଷ ଟଙ୍କାର କ୍ୟାସ ପ୍ରାଇଜ୍ ମଧ୍ୟ ପାଇଥିଲେ। ସେହିପରି ସେହେଜପାଲ ଥିଲେ ପ୍ରଥମ ରନର୍ସ ଅଫ । ଏହାସହ କରନ କୁନ୍ଦ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚଳିତ ଥର ବିଗବସ୍ ରେ କିଏ ବିଜେତା ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
