ଆଜି ମହାସପ୍ତମୀ ! ଚକ୍ଷୁଦାନ ପରେ ଆରମ୍ଭ ହୋଇଛି ମା’ଙ୍କ ପୂଜାଚ୍ଚର୍ନା
ଭୁବନେଶ୍ୱର : ଶରତକାଳୀନ ପାର୍ବଣ ଋତୁରେ ମା’ଙ୍କ ଆଗମନ ହୋଇଛି । ଶlତୃର ସଂହାର ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଦୁର୍ଗତିନାଶିନୀ । ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ବିଭିନ୍ନ ଶକ୍ତିପୀଠରେ ମହାଳୟା ଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ମା’ଙ୍କ ଷୋଡଶ ଉପଚାର ପୂଜା ଚାଲିଥିବାବେଳେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି ।
ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ପୂଜାର ଆୟୋଜନ କରାଯାଇଥିବାରୁ ସବୁଠି ଦେଖିବାକୁ ମିଳିଛି ଭିଡ । ଏହାରି ଭିତରେ ଆଜି ହେଉଛି ମା’ଙ୍କ ମହାସପ୍ତମୀ ପୂଜା । ପରମ୍ପରା ଅନୁଯାୟୀ ଆଜି ଭୋରୁ ମା’ଙ୍କୁ ଚକ୍ଷୁ ଦାନ କରାଯିବା ପରେ ମହାସପ୍ତମୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ପୂଜା ଏଥର ଧୁମଧାମରେ ପାଳନ କରାଯାଉଛି । ପୂଜା ମଣ୍ଡପ ପାଖରେ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳୁଛି । ଭୁବନେଶ୍ୱରରେ ରସୁଲଗଡ଼, ସହୀଦନଗର, ବୋମିଖାଲ, ନୟାପଲ୍ଲୀ, ଝାରପଡ଼ା, ବରମୁଣ୍ଡା ଆଦି ସ୍ଥାନରେ ବଡ ବଡ ତୋରଣ ଲାଗିଥିବା ଦେଖିବାକୁ ମିଳିଛି । ସେହିପରି କଟକ ସହର ପୁରା ଆଲୋକମୟ ହୋଇପଡିଛି । ସହରର ଅଧିକାଂଶ ସ୍ଥାନ ବିଶେଷକରି ରାସ୍ତାଘାଟ ରଙ୍ଗବେରଙ୍ଗର ଆଲୋକରେ ସଜା ହୋଇଥିବା ଦେଖିବାକୁ ମିିଳିଛି ।
