ଗାନ୍ଧୀ ଜୟନ୍ତୀ ୨୦୨୨ ! ଅହିଂସା ଦିବସରେ ବାପୁଙ୍କୁ ଏମିତି ସମ୍ମାନ ଜଣାଇଲା ଜାତିସଂଘ
ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ଅକ୍ଟୋବର ଦୁଇ ତାରିଖର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ଆଜି ମୋହନ ଦାସ କରମଚାନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ। ଭାରତର ଜାତୀୟ ପିତାଙ୍କ ୧୫୩ତମ ଜନ୍ମ ବର୍ଷିକୀକୁ କେବଳ ଭାରତ ନୁହଁ ସମଗ୍ର ବିଶ୍ୱରେ ଏହି ଦିବସକୁ ବଡ ଧୁମଧାମରେ ପାଳନ କରୁଛି। ଭାରତରେ ଏହି ଦିନକୁ ନିଶା ମୁକ୍ତ ବା ଡ୍ରାଏ ଡେ ଭାବେ ପାଳନ କରାଯାଏ। କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତିଥିକୁ ମିଳିତ ଜାତିସଂଘ, ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରୁଛି। ଏହି ଅବସରରେ ଜାତିସଂଘ ବାପୁଙ୍କୁ ନିଆରା ଭାବେ ସମ୍ମାନ ଜଣାଇଛି।
ପ୍ରଥମ ଭାରତୀୟ ଭାବେ ଜାତିସଙ୍ଘରେ ମହାତ୍ମା ଗାନ୍ଧୀ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି। ସେ ଶିକ୍ଷା ଉପରେ ଯେଉଁ ବର୍ତ୍ତା ଦେଇଥିଲା, ତାହାକୁ ଆଜି ମଧ୍ୟ ଜାତିସଂଘ ମନେ ରଖିଛି। ଯେଉଁଥିପାଇଁ ୨୦୦୭ରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଜାତିସଂଘ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରୁଛି। ଏହି ଆବସରରେ ଶୁକ୍ରବାର ଗାନ୍ଧୀଙ୍କ ସ୍ୱତନ୍ତ୍ର ଲାଇଫ ସାଇଜର ଏକ ହୋଲଗ୍ରାମ ଉନ୍ମୋଚନ କରାଯାଇଛି। ଜାତିସଂଘ ମୁଖ୍ୟାଳୟରେ ଭାରତର ସ୍ଥାୟୀ ମିଶନ ଏବଂ ୟୁନେସ୍କୋ ମହାତ୍ମା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍ ଏବଂ ସଷ୍ଟେନବଲ ଡେଭଲପମେଣ୍ଡ (ଏମଜିଆଇଇପି ) ଦ୍ୱାରା ଅବସ୍ଥାପିତ କରାଯାଇଛି।
ଗାନ୍ଧୀ ହୋଲଗ୍ରାମ ସହିତ ଏକ ଅଡିଓ ଭିଜୁଆଲ ମଧ୍ୟ ପ୍ରଦର୍ଶନ କରାଯାଇଥିଲେ। ଯେଉଁଠି ଭାରତ ସ୍ୱଧିନତା ସଂଗ୍ରାମର ଜନନାୟକ ଗାନ୍ଧୀଙ୍କ ଚିନ୍ତାଧାରା ଉପରେ ଆଲୋକପାତ କରାଯାଇଥିଲା। “ସାକ୍ଷରତା ଶିକ୍ଷାର ସମାପ୍ତି ନୁହେଁ କିମ୍ବା ଆରମ୍ଭ ମଧ୍ୟ ନୁହେଁ। ଶିକ୍ଷା ଦ୍ୱାରା ଶିଶୁ ତଥା ପୁରୁଷ, ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସର୍ବଶ୍ରେଷ୍ଠ ଚିତ୍ର ଆଙ୍କାଯାଇପାରିବ। ଆଧ୍ୟାତ୍ମିକ ତାଲିମ ଅର୍ଥ ହୃଦୟର ଶିକ୍ଷା।” ବୋଲି ଗାନ୍ଧୀ କହିଛନ୍ତି। ହାଇଦ୍ରାବାଦର ମହାତ୍ମା ଗାନ୍ଧୀ ଡିଜିଟାଲ ସଂଗ୍ରହାଳୟର ନିର୍ଦ୍ଦେଶକ ବିରାଦ ୟଜନିକ୍, ଜାତିସଙ୍ଘର କାର୍ଯ୍ୟକ୍ରମରେ କହିଥିଲେ ଯେ ୪କେରେ ଏହା ଗାନ୍ଧୀ ହୋଲଗ୍ରାମର ଦ୍ୱିତୀୟ ସଂସ୍କରଣ। ହୋଲଗ୍ରାମ ତିଆରି ଏକ ପ୍ରକ୍ରିୟା ୨୦୧୮ରେ ଆରମ୍ଭ ହୋଇଥିଲା।
୨୦୧୯ରେ, ଏମଜିଆଇଇପି ସହିତ ମିଳିତ ଭାବରେ, ଗାନ୍ଧୀଙ୍କ ହୋଲଗ୍ରାମ ସହିତ ଏକ ସଂଳାପ କଳ୍ପନା କରାଯାଇଥିଲା। “ଏହି ହୋଲଗ୍ରାମର ଭବିଷ୍ୟତ ହେଉଛି ଏହାକୁ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଭଏସ୍ ଇଞ୍ଜିନ୍ ସହିତ ସକ୍ଷମ କରିବା, ଯାହା ବିଶ୍ୱର ଲୋକଙ୍କୁ ଯୋଡି ପାରିବ। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଶାନ୍ତି ଏବଂ ପ୍ରେମର ବାର୍ତ୍ତା, ଯାହା ଆଜି ବିଶ୍ୱର ଆବଶ୍ୟକତା ରହିଛି। ଆଉ ଟେକ୍ନୋଲୋଜି ଭାଷା ମାଧ୍ୟମରେ ଏହାକୁ ବିଶ୍ୱର ଯୁବକମାନଙ୍କ ନିକଟକୁ ଆଣିବା ଆମର ଛୋଟ ପ୍ରୟାସ ହେବ” ବୋଲି ୟଜନିକ୍ କହିଛନ୍ତି।
ଜାତିସଂଘ ମୁଖ୍ୟ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଆନ୍ତର୍ଜାତୀୟ ଅହିଂସା ଦିବସ କେବଳ ଗାନ୍ଧୀଙ୍କ ଜନ୍ମଦିନ ପାଳନ ପାଇଁ ନାହିଁ, ବରଂ ସେ ଯେଉଁ ମୂଲ୍ୟବୋଧକୁ ପ୍ରତିପାଦିତ କରିଥିଲେ ତାହାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପାଳନ କରାଯାଉଛି। ଦୁଃଖର ବିଷୟ, ଆମର ବିଶ୍ୱ ସେହି ମୂଲ୍ୟବୋଧକୁ ପାଳନ କରୁନାହିଁ। ବଢୁଥିବା ଦ୍ୱନ୍ଦ୍ୱ ଏବଂ ଜଳବାୟୁ ବିଶୃଙ୍ଖଳା ମାଧ୍ୟମରେ ଆମେ ଏହା ଦେଖୁଛୁ। ଦାରିଦ୍ର୍ୟ, କ୍ଷୁଧା ଏବଂ ଅସମାନତା ବୃଦ୍ଧି ପାଇବାରେ ଲାଗିଛି। କୁସଂସ୍କାର, ଜାତିଭେଦ ଏବଂ ଘୃଣାର ବକ୍ତିଙ୍କୁ ବିପଥଗାମୀ କରୁଛି। ତେୁ ବିକାଶଶୀଳ ଦେଶଗୁଡିକ ଗାନ୍ଧୀଙ୍କ ବିଚାରକୁ ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
