ରିଲିଜ୍ ହେଲା ଫିଲ୍ମ ‘ବିକ୍ରମ ଭେଧା’
ମୁମ୍ବାଇ : ବହୁ ପ୍ରତୀକ୍ଷିତ ଫିଲ୍ମ ‘ବିକ୍ରମ ଭେଧା’ ରିଲିଜ୍ । ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଏହା ସାଉଥ ଫିଲ୍ମର ହିନ୍ଦୀ ରିମେକ୍। ଦର୍ଶକ ଏହି ଚଳଚ୍ଚିତ୍ର ପାଇଁ ଦୀର୍ଘ ସମୟ ଧରି ଉତ୍ସାହିତ ଥିଲେ ।
ନିକଟରେ ଏହାର ଟ୍ରେଲର ରିଲିଜ୍ ହୋଇଥିଲା। ଯାହାକୁ ପ୍ରଶଂସକ ପସନ୍ଦ କରିଥିଲେ। ଟ୍ରେଲରେ ହ୍ରିତିକ ଜଣେ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ନଜର ଆସୁଥିବା ବେଳେ ସୈଫ ଜଣେ ପୋଲିସ କର୍ମଚାରୀ ଭୂମିକାରେ ନଜର ଆସିଥିଲେ। ପୁଷ୍କର ଗାୟତ୍ରୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ହ୍ରିତିକ -ସୈଫଙ୍କ ବ୍ୟତିତ ରାଧିକା ଆପତେ ଏବଂ ରୋହିତ ସରାଫ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ୨୦୧୭ ତାମିଲ ଫିଲ୍ମର ହିନ୍ଦୀ ରିମେକ୍ ଅଟେ।
ଫିଲ୍ମ ରିଲିଜ ହେବା ମାତ୍ରେ ଲୋକଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଆସିବା ଆରମ୍ଭ କରିଛି। ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରି ଜଣେ ଉପଭୋକ୍ତା ଲେଖିଛନ୍ତି, ‘ହ୍ରିତିକଙ୍କ ସ୍ଵାଗ ଏବଂ ସୈଫ୍ଙ୍କ ଆକ୍ସନ ଅତ୍ୟନ୍ତ ସୁନ୍ଦର। ଚଳଚ୍ଚିତ୍ରରେ ଦେଖାଯାଇଥିବା ଟୁଇଷ୍ଟ ଏବଂ ଟର୍ନ୍ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ କାହାଣୀ ଯୋଡି ରଖିବ। ଅନ୍ୟ ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି ବିକ୍ରମ ବେଧା ଫିଲ୍ମରେ ଦୁଇ ମାଷ୍ଟର ବ୍ଲାଷ୍ଟର ଅଭିନେତାଙ୍କ ଅଭିନୟ ଚମତ୍କାର । ଫିଲ୍ମରେ ହ୍ରିତିକଙ୍କ ଉପସ୍ଥିତି ଏକ ଭିନ୍ନ ରୂପ ଦେଇଛି। ଏହି ସମୟରେ ସୈଫଙ୍କ ଚରିତ୍ରରେ ମାଧବନଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥିଲା। ତେବେ ଏଥିରୁ ଜଣାପଡୁଛି ଏହି ଫିଲ୍ମ ଆଗାମୀ ଦିନରେ ଭଲ କଲେକସନ୍ କରିବ ।
