ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନିଷ୍ପତି ସୁପ୍ରିମକୋର୍ଟର : ପରିବହନ କମିଶନର
ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନେଇ ନିଷ୍ପତି ରାଜ୍ୟ ସରକାର ନେଇନାହାନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହାକୁ ଲାଗୁ କରାଯାଇଛି । ୨୬ଟି ରାଜ୍ୟ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିୟମ ଲାଗୁ କରିଛନ୍ତି ବୋଲି କହିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା ।
ଅନ୍ୟପଟେ ସ୍ଲଟ ବୁକ ପାଇଁ ସ୍ଲଟ ମିଳୁ ନଥିବା ଅଭିଯୋଗ ପ୍ରସଙ୍ଗରେ ଅରୁଣ ବୋଥ୍ରା କହିଛନ୍ତି ଯେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଗତକାଲି ସୁଦ୍ଧା ୧୯ ଲକ୍ଷ ଲୋକ ବୁକିଂ କରିଛନ୍ତି । ୪୦ ଲକ୍ଷ ଗାଡି ମାଲିକ ସ୍ଲଟ ବୁକ କରିବେ । ଡେଡ୍ ଲାଇନ ବଢ଼ାଇବା କଥା ଏବେ କହି ହେବନି । ହାଇକୋର୍ଟ ଅର୍ଡର ଦେଲେ ଏହି ସମୟ ଅବଧି ବଢିବ । ନମ୍ବର ପ୍ଲେଟର କ୍ୱାଲିଟିକୁ ନେଇ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଯଦି କିଛି କାହାର ଅସୁବିଧା ହଉଛି ତେବେ ପରବହନ ବିଭାଗକୁ ଜଣାନ୍ତୁ ବୋଲି ବୋଥ୍ରା କହିଛନ୍ତି ।
