ବୃହତ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ମିଳିତ କୃଷକ ସଙ୍ଗଠନ ର ଦାବି
କେନ୍ଦ୍ରାପଡା : ଅଖିଳ ଭାରତ କୃଷକ ସଂଘ(ଏ.ଆଇ.କେ.ଏସ.) ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ସମସ୍ତ କୃଷକ ସଙ୍ଗଠନ ମାନଙ୍କ ପକ୍ଷରୁ କୃଷି ଓ କୃଷକର ଉନ୍ନତି ପାଇଁ ସରକାର ସ୍ୱାଧୀନତାର ୭୫ ବର୍ଷ ପରେ ଖାଲି ମିଛଟାରେ ଡିଣ୍ଡିମ ପିଟି “ଜୟ ଜବାନ- ଜୟ କିଷାନ” ଭଳି ଅତି ଆକର୍ଷିତ ସ୍ଲୋଗାନ ମାନ ଦେଇଛନ୍ତି । ମାତ୍ର କୃଷକର ପ୍ରକୃତରେ ଉନ୍ନତି ହୋଇନାହିଁ । ଆଜି ଚାଷୀ ଉତ୍ପନ୍ନ କରୁଥିବା ଦ୍ରବ୍ୟର ଲାଭଦାୟକ ମୂଲ୍ୟ ନାହିଁ କି ଫସଲକୁ ସଂରକ୍ଷଣ କରିବା ପାଇଁ ଜିଲ୍ଳାରେ ଗୋଟିଏ ହେଲେ ବୃହତ ଶୀତଳ ଭଣ୍ଡାର ନାହିଁ । ଯାହା ଫଳରେ ଚାଷୀମାନେ ଉତ୍ପନ କରୁଥିବା ପନିପରିବାକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି । ଏଣୁ ତୁରନ୍ତ ଏକ ସରକାରୀ ବୃହତ ଶୀତଳ ଭଣ୍ଡାର ନିର୍ମାଣ କରାଯିବାକୁ ମିଳିତ କୃଷକ ସଙ୍ଗଠନ ପକ୍ଷରୁ କୃଷକ ନେତା ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ପଦ୍ମନାଭ ଦାସ, ସୀତାକାନ୍ତ ନାୟକ, ଦାମୋଦର ମଳିକ, କୁବେର ସାହୁ, ବିକାଶ ଚନ୍ଦ୍ର ବେଉରା, ଅଜୟ ଦାସ, ଅଭୟ ଦାସ, ରତ୍ନାକର ଦାସ, ହରେକୃଷ୍ଣ ମାଝୀ, ଦିବାକର ସାହୁ, ସତ୍ୟନାରାୟଣ ଜେନା, ସୁରେଶ ଚନ୍ଦ୍ର ସାହୁ, କୈଳାସ ପ୍ରଧାନ, ସୁବାଷ ସାହୁ, ଗଜେନ୍ଦ୍ର ନାୟକ ପ୍ରମୁଖ ଦାବି କରିଛନ୍ତି । ଯଦି ଏହି ଦାବିକୁ ସରକାର ୧୫ ଦିନ ମଧ୍ୟରେ କାର୍ଯ୍ୟକାରୀ ନ କରନ୍ତି ତେବେ ବାଧ୍ୟ ହୋଇ ସମସ୍ତ କୃଷକ ସଙ୍ଗଠନ ଗୁଡିକ ଗଣତାନ୍ତ୍ରିକ ଧାରାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କୃଷକନେତା ଶ୍ରୀ ରାଉତରାୟ କହିଛନ୍ତି ।
