ଦୁର୍ଗାପୂଜା ପାଇଁ ବାଲିଆପାଳରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ।
ବାଲିଆପାଳ : ଆଗାମୀ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ସହିତ ବାଲିଆପାଳ ବ୍ଳକର ସମସ୍ତ ସ୍ଥାନରେ ଯେପରି ଶାନ୍ତି ଶୃଙ୍ଖଳାରେ ଭଲରେ ପୂଜା ଅନୁଷ୍ଠିତ ହେବ ସେ ନେଇ ଗୁରୁବାର ବାଲିଆପାଳ ବ୍ଲକ ସଭାଗୃହ ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଲିଆପାଳ ବିଡ଼ିଓ ଦାଇତ୍ୱରେ ଥିବା ତହସିଲଦାର ଦୀପକ କୁମାର ଦାଶ ଏବଂ ଆଇଆଇସି ସୁବ୍ରତ ବେହେରା ଯୋଗଦେଇ ସବୁ ସ୍ଥାନରେ ଯେପରି ଶାନ୍ତି ଶୃଙ୍ଖଳାରେ ଚଳିତ ଦୁର୍ଗାପୂଜା ଅନୁଷ୍ଠିତ ହେବା ସହିତ ରାବଣପୋଡ଼ି ମଧ୍ୟ ଭଲରେ କରାଯିବ ସେ ଦିଗରେ ପୂଜା କମିଟିର କର୍ମ କର୍ତ୍ତାଙ୍କ ସହଯୋଗ କାମନା କରିଥିଲେ।କରୋନା ଦୁଇ ବର୍ଷ କେବଳ ବିଧି ରକ୍ଷା ପାଇଁ କେତେକ ସ୍ଥାନରେ ପୂଜା ଅନୁଷ୍ଠିତ ହୋଇଥିଲା।ତେଣୁ ଚଳିତ ଦୁର୍ଗାପୂଜା ସବୁଠାରେ ଗହଳି ଚହଲି ଲାଗିବ ବୋଲି ପୂଜା କମିଟିର କର୍ମ କର୍ତ୍ତା ମାନେ କହିଥିଲେ।ତଥାପି ସବୁ ଦିଗରେ ପୂଜା କମିଟି ସଜାଗ ରହି ପ୍ରଶାସନକୁ ସହଯୋଗ କରି ପୂଜା ସମାପନ କରିବେ ବୋଲି ବାଲିଆପାଳ ପୂଜା କମିଟିର ସମ୍ପାଦକ ଅଜୟ ସାହୁ,ମଧୁପୁରା ପୂଜା କମିଟିର ସଦସ୍ୟ ପ୍ରଫୁଲ୍ଲ ସାହୁ,ଗୋବିନ୍ଦ ପ୍ରସାଦ ଦାସ,ବଳରାମପୁର ପୂଜାକମିଟିର ମୀନକେତନ ଦାସ,ବଡ଼ାଶ ପୂଜାକମିଟିର ପ୍ରିୟ ସି ପ୍ରମୁଖ ମତ ରଖିଥିଲେ।ସମସ୍ତ ପୂଜା କମିଟି ପକ୍ଷରୁ ପରିଚୟ ପତ୍ର ଦିଆଯାଇ ଭଲେଣ୍ଟିଆର ମାନଙ୍କୁ ରଖିବା ପାଇଁ ଆଇଆଇସି ଶ୍ରୀ ବେହେରା ପୂଜା କମିଟି କର୍ମ କର୍ତ୍ତାଙ୍କ କହିଥିଲେ।ବାଲିଆପାଳ ବ୍ଳକରେ ଚଳିତ ବର୍ଷ ୩୦ ରୁ ଅଧିକ ସ୍ଥାନରେ ପୂଜା ହେଉ ଥୁବା ଜଣା ଯାଇଛି।ସବୁଠି ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟେ ସେଥିପାଇଁ ପୋଲିସ ପ୍ରଶାସନ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ ସଜାଗ ରହି କାର୍ଯ୍ୟ କରିବେ ବୋଲି ତହସିଲଦାର ଶ୍ରୀ ଦାଶ କହିଥିଲେ।ବୈଠକରେ ବାଲିଆପାଳ ବ୍ଳକର ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକ ମାନଙ୍କ ସହିତ ସାମ୍ବାଦିକ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
