ମା ବିରଜାଙ୍କ ଷୋଡଶ ଉପଚାର ପୂଜା, ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ଯାଜପୁର : ନବରାତ୍ରି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଚାଲିଛି ଷୋଡଶ ଉପଚାର ପୂଜା। ଗୁରୁବାର ସକାଳୁ ମା’ଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରୁଛନ୍ତି ଶତାଧିକ ଶ୍ରଦ୍ଧାଳୁ।
ସକାଳୁ ସକାଳୁ ପବିତ୍ର ବୈତରଣୀ ନଦୀରୁ ଶାସନ ବ୍ରାହ୍ମଣମାନେ ଆଣିଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯାଇ ବେଶ ପରେ ଗର୍ଭ ଗୃହକୁ ଭକ୍ତମାନଙ୍କୁ ଦର୍ଶନ ପାଇଁ ଚଢ଼ାଯାଇଛି। ଦିନ ୧୧ଟାରୁ ଷୋଡଶ ଉପଚାର ହେବା ସହ ଉପଚାର ପୂଜା, ଚଣ୍ଡୀପାଠ କରାଯିବ। ଅପରାହ୍ନରେ ରଥ ଟଣା ଅନୁଷ୍ଠିତ ହେବ। ଆଜି ରାତିରୁ ମାଙ୍କ ଯଜ୍ଞ ମଣ୍ଡପରେ ପଞ୍ଚମୀ ହୋମ ଆରମ୍ଭ ହୋଇ ଅଷ୍ଟମୀ ପର୍ଯ୍ୟନ୍ତ କରାଯିଵ। ରାତି ୧୨ ଟାରେ ମାଙ୍କ ମହାସ୍ନାନ ସହ ସୁନା ବେଶ କରାଯିବ। ଦଶହରା ଅବସରରେ ମା ବିରଜା ନବଦିନ ବ୍ୟାପୀ ରଥଯାତ୍ରା ଅନୁଷ୍ଠିତ ହେଉଛି।
