ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ଲାଲୁଙ୍କୁ ମିଳିଲା ଅନୁମତି
NEW DELHI, INDIA - NOVEMBER 6: RJD Chief Lalu Prasad Yadav addressing media after a meeting of Socialist parties at residence of Mulayam singh on November 6, 2014 in New Delhi, India. Six political parties of the 'Janata parivar' JD(U), JD(S), INLD, SJP and RJD joined hands to form a united front against the government in the Winter Session of Parliament and have not ruled out the possibility of a merger in the future to take on a resurgent BJP. (Photo by Arvind Yadav/Hindustan Times via Getty Images
ନୂଆଦିଲ୍ଲୀ: ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କୁ ଦିଲ୍ଲୀର ଏକ କୋର୍ଟ ଅନୁମତି ଦେଇଛନ୍ତି । ସ୍ୱତନ୍ତ୍ର ବିଚାରପତି (ସିବିଆଇ) ଗୀତାଞ୍ଜଳି ଗୋଏଲ ଲାଲୁଙ୍କୁ ଅକ୍ଟୋବର ୧୦ ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ରାଞ୍ଚିର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୧୬ରେ ପାସପୋର୍ଟ ଫେରସ୍ତ କରିବାକୁ ଲାଲୁଙ୍କ ନିବେଦନ ଗ୍ରହଣ କରିଥିଲେ।
ଆଇଆରସିଟିସି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ କେସରେ ଲାଲୁ ବର୍ତ୍ତମାନ ଜାମିନରେ ଅଛନ୍ତି। ଜାନୁଆରୀ ୨୦୧୯ରେ ଏକ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଥିଲେ। ସିବିଆଇ ଦ୍ବାରା ରୁଜୁ ମାମଲାରେ ଅଭିଯୋଗ ହୋଇଛି ଯେ ଲାଲୁ ପ୍ରସାଦ ରେଳ ମନ୍ତ୍ରୀ ଥିବାବେଳେ ଜମି ଆକାରରେ ଲାଞ୍ଚ ନେଇ ପାଟନାରେ ଦୁଇଟି ରେଳ ହୋଟେଲର ରକ୍ଷଣାବେକ୍ଷଣ ଦାୟିତ୍ବ ଏକ ବେନାମୀ କମ୍ପାନୀକୁ ଦେଇଥିଲେ ।
