ପ୍ରଥମ ଟି-୨୦ : ଭାରତକୁ ୧୦୭ ରନର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣ ଆଫ୍ରିକା
ତିରୁଅନନ୍ତପୁରମ : ତିରୁଅନନ୍ତପୁରମର ଗ୍ରୀନଫିଲଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ବୁଧବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ରେ ଭାରତୀୟ ବୋଲର ନିଜର କମାଲ ଦେଖାଇଛନ୍ତି । ଖାତା ନ ଖୋଲି ପ୍ୟାଭିଲିୟନ ଫେରିଲେ ଦକ୍ଷିଣ ଆଫ୍ରିକାର ଗୋଟିଏ ପରେ ଗୋଟିଏ ବ୍ୟାଟ୍ସମ୍ୟାନ୍। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦକ୍ଷିଣ-ଆଫ୍ରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ମାତ୍ର ୧୦୬ ରନ କରିପାରିଛି । ଏହାଫଳରେ ଭାରତ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି ।
Two wickets!
— BCCI (@BCCI) September 28, 2022
Two similar dismissals!
Bavuma and Quinton de Kock depart early on.
Don’t miss the LIVE coverage of the #INDvSA match on @StarSportsIndia pic.twitter.com/aLfcrJxs1C
ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭ୍ରମଣକାରୀ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୮ ଓଭରରେ ୪୨ ରନ୍ କରି ୬ଟି ୱିକେଟ୍ ହରାଇଥିଲା। ଲାଗୁଥିଲା, ସେମାନେ ନିର୍ଦ୍ଧାରିତ ୨୦ ଓଭର ଖେଳିପାରିବେ ନାହିଁ ଓ ଅତିବେଶୀରେ ୬୦/୭୦ ରନ୍ ଭିତରେ ଅଲ୍ଆଉଟ୍ ହୋଇଯିବେ। କିନ୍ତୁ ୱେନ ପାର୍ନେଲ ଓ କେଶବ ମହାରାଜ ସ୍ଥିତିକୁ ସମ୍ଭାଳି ନେଇଥିଲେ ଏବଂ ଦଳକୁ ଲଜ୍ଜାଜନକ ସ୍ଥିତିରୁ ଉଦ୍ଧାର କରିଥିଲେ। ୱେନ ପାର୍ନେଲଙ୍କ ୨୪ ରନ୍ (୩୭ ବଲ୍, ୧ ଚୌକା ଓ ୧ ଛକା) ଓ କେଶବ ମହାରାଜଙ୍କ ୪୧ ରନ୍ (୩୫ ବଲ୍, ୫ ଚୌକା ଓ ୨ ଛକା) ସହାୟତାରେ ଦଳ ନିର୍ଦ୍ଧାରିତ ଓଭରରେ ୧୦୬ ରନ୍ କରିବାକୁ ସକ୍ଷମ ହେଲା। ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଓଭରରେ ଲାଗିଥିଲା ପ୍ରଥମ ଝଟକା। ଆଉଟ୍ ହୋଇଯାଇଥିଲେ ଅଧିନାୟକ ତେମ୍ବା ବଭୂମା। ସେ ଖାତା ଖୋଲିପାରି ନଥିଲେ। ତାଙ୍କୁ ବୋଲ୍ଡ କରିଥିଲେ ଦୀପକ ଚହର। ଆଉ ଦ୍ୱିତୀୟ ଓଭର ଦଳ ପାଇଁ ଆଣିଥିଲା ସବୁଠୁ ବଡ଼ ବିପର୍ଯ୍ୟୟ। ଏହି ଓଭରରେ ଦଳ ୩ଟି ୱିକେଟ୍ ହରାଇଥିଲା। ଅର୍ଶଦୀପ ସିଂହଙ୍କ ଏହି ଓଭରର ଦ୍ୱିତୀୟ ବଲ୍ରେ ଆଉଟ୍ ହୋଇଥିଲେ ଓପନର କ୍ୱିଣ୍ଟନ ଡି’କକ୍। ସେ ମାତ୍ର ୧ ରନ୍ କରିଥିଲେ। ସେ ଅର୍ଶଦୀପଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହି ଓଭରର ପଞ୍ଚମ ବଲ୍ରେ ଆଉଟ୍ ହୋଇଥିଲେ ରିଲେ ରୋସୁ। ସେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ରିଲେ ରୋସୁ ବି ଖାତା ଖୋଲି ପାରି ନଥିଲେ। ଶେଷରେ ଏହି ଓଭରର ଶେଷ ବଲ୍ରେ ଆଉଟ୍ ହୋଇଥିଲେ ଡାଭିଡ ମିଲର। ଅର୍ଶଦୀପ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଡାଭିଡ ମିଲର ଶୂନରେ ଆଉଟ୍ ହୋଇଥିଲେ। ତୃତୀୟ ଓଭରର ତୃତୀୟ ବଲରେ ତ୍ରିସ୍ତାନ ଷ୍ଟବ୍ସଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଦୀପକ ଚହର। ଅର୍ଶଦୀପ ସିଂହଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ ତ୍ରିସ୍ତାନ। ସେ ଖାତା ଖୋଲି ପାରି ନଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାର କ୍ରମାଗତ ଆଉଟ୍ ପ୍ରକ୍ରିୟାରେ ଟିକେ ବ୍ରେକ୍ ଲାଗିଥିଲା। ୱେନ ପାର୍ନେଲ ଓ ଏଡେନ ମାର୍କମ ସ୍ଥିତିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ୨୪ ବଲ୍ରୁ ୨୫ ରନ୍ କରିଥିବା ଏଡେନ ମାର୍କମ ଅଷ୍ଟମ ଓଭରରେ ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ମାତ୍ର ୪୨ ରନ୍ରେ ପହଞ୍ଚିଥିଲା ଓ ୬ ଜଣ ଆଉଟ୍ ହୋଇସାରିଥିଲେ। ତେବେ ୱେନ ପାର୍ନେଲ ଓ କେଶବ ମହାରାଜ ସ୍ଥିତିକୁ ସମ୍ଭାଳି ନେଇଥିଲେ। କେଶବ ୧୯.୧ ଓଭରରେ ଆଉଟ୍ ହେଲା ବେଳକୁ ଦଳୀୟ ସ୍କୋର ୧୦୧ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଦୀପକ ଚହର ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ।
