ବାର୍ଷିକ ସହ-ଶୈକ୍ଷିକ ଓ ସମ୍ବର୍ଦ୍ଧନା ଉତ୍ସବ
ଯାଜପୁର : ଦଶରଥପୁର ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ସହ-ଶୈକ୍ଷିକ ପ୍ରତିଯୋଗିତା ଆଜି ଉଦ୍ଘାଟିତ ହୋଇଛି । କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ତଥା ପ୍ରଧାନଶିକ୍ଷକ ଡଃ ଅକ୍ଷୟ କୁମାର ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ବିଦ୍ୟୁତଲତା ଦାସ ମୁଖ୍ୟଅତିଥି ତଥା ଉଦ୍ଘାଟକ ଓ ଦଶରଥପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ ବିଶିଷ୍ଟ ଅତିଥିରୂପେ ଯୋଗଦେଇ ଥିଲେ । ମୁଖ୍ୟବକ୍ତାରୂପେ ପୂର୍ବତନ ଶିକ୍ଷକ ତଥା ସୁଲେଖକ ଡଃ ବାସୁଦେବ ମିଶ୍ର, ସମ୍ମାନିତ ବକ୍ତା ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ମିଶ୍ର, ସମ୍ମାନିତ ଅତିଥିରୂପେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଦେବେନ୍ଦ୍ର ଦାଶ, ଚମ୍ପେଇପାଳ ସମିତିସଭ୍ୟ ବିଜୟ କୁମାର ନାୟକ, ଦଶରଥପୁର ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ କାହ୍ନୁ ଚରଣ ମିଶ୍ର ଓ ସିଆର୍ସିସି କବିତାରାଣୀ ପଣ୍ଡା ଯୋଗଦେଇ ଥିଲେ । ଶିକ୍ଷକ ଦେବଦତ୍ତ ବେହେରା ଅତିଥି ପରିଚୟ ଓ ସୁବ୍ରତ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ଅଭିନୟ ଆଦି ପ୍ରଦର୍ଶନ କରିଥିଲେ । ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ଯତୀନ୍ଦ୍ରନାଥ କର, କୌଶିକ କୁମାର ଦାସ, ଗୀତିକାର ସୁବାସ ଚନ୍ଦ୍ର ବେହେରା, ସଂଗୀତଜ୍ଞ ରମାକାନ୍ତ ସାହୁ, ଶିକ୍ଷୟିତ୍ରୀ କ୍ରାନ୍ତି କୁମାରୀ ଜେନା, ଗାୟତ୍ରୀ ପ୍ରିୟଦର୍ଶିନୀ ଦେବତା, ଲକ୍ଷ୍ମୀପ୍ରିୟା ସ।।ହୁ, ବର୍ଷା ପ୍ରିୟଦର୍ଶନୀ ପଣ୍ଡା, ପି.ଆର.୍ ପ୍ରୟାସୀ ଓ ଶ୍ରୀମା ମାହେଶ୍ୱରୀ ଷଢ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ରସହ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ପରିଚାଳନା ସମିତିର ଅଧ୍ୟକ୍ଷ ଓ ସଭ୍ୟସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ପୁରସ୍କାର ବିତରଣ ସହ କାର୍ଯ୍ୟକ୍ରମ ଉଦ୍ଯାପିତ ହେବ ।
