ଚଳଚଞ୍ଚଳ ମା’ ବିରଜା ପୀଠ, ମା’ଙ୍କ ରଥଯାତ୍ରା ଓ ପାଦ ଦର୍ଶନ ପାଇଁ ଲୋକଙ୍କ ଭିଡ଼
ଯାଜପୁର : ନବରାତ୍ର ପୂଜାର ଆଜି ତୃତୀୟ ଦିନ। ପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ। ସବୁ ଦିନ ଭଳି ଆଜି ମଧ୍ୟ ସକାଳୁ ବୈତରଣୀ ନଦୀରୁ ବ୍ରାହ୍ମଣ ମାନେ ଜଳ ଆଣିଥିବା ବେଳେ ମା’ଙ୍କ ସ୍ନାନ କରାଯାଇଥିଲା ।
ମା’ଙ୍କୁ ସିଂହାସନରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମା’ଙ୍କ ପାଦ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମା’ଙ୍କ ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା। ବିଶ୍ୱାସ ରହିଛି ମା’ଙ୍କ ରଥଯାତ୍ରା ଓ ପାଦ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ଗତ ଦୁଇ ଦିନ ଭଳି ଆଜି ମଧ୍ୟ ସନ୍ଧ୍ୟା ୫ଟାରେ ମା’ ବିରଜାଙ୍କ ରଥଟଣା ହେବ ।
