ସୁସ୍ଥ ରହିବା ପାଇଁ ପ୍ରତିଦିନ କରନ୍ତୁ ଯୋଗ, ଜାଣନ୍ତୁ ଦିନକୁ କେତେ ସମୟ କରିବା ଜରୁରୀ ?
ଆଜିକାଲି ସମସ୍ତେ ଫିଟ ରହିବା ପାଇଁ ଚାହାଁନ୍ତି । ସେଥିପାଇଁ ଯୋଗ ଓ ବାୟାମ୍ ନିହାତି ଆବଶ୍ୟକ । ଏହା ଦ୍ବାରା ଆପଣ ଏକ ସୁସ୍ଥ ଜୀବନ ପାଇପାରିବେ। ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ। କେତେକ ମନେ କରନ୍ତି ଯେ ଏକଘଣ୍ଟାରୁ କମ୍ ସମୟ ଯୋଗ କଲେ ଶରୀର ପାଇଁ ଲାଭଦାୟକ ନୁହେଁ। କିନ୍ତୁ ଏହା ଠିକ୍ ନୁହେଁ। ଅଳ୍ପ କିଛି ସମୟ ଯୋଗ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ।
ଏହାର କିଛି ପଦ୍ଧତି ରହିଛି। ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପାରିବେ। ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ। ଏହାଦ୍ୱାରା ଶରୀରର ବେକାର ଅଂଶ ନଷ୍ଟ ହୋଇଯାଇଥାଏ। ଯଦି ଆପଣ ଅଧିକ ହାଲିଆ ହୋଯାଇଥିବେ କିମ୍ବା ଡିପ୍ରେସନରେ ରହିଥିବେ ତା’ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ। ପ୍ରତିଦିନ କିଛି ସମୟ ଯୋଗ କଲେ ଫିଟ୍ ଓ ଶାନ୍ତ ଅନୁଭବ କରିବେ। ଏହାସହିତ ଆପଣଙ୍କ ଏକାଗ୍ରତ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ । ଯୋଗ କରିବା ଦ୍ବାରା ଆପଣଙ୍କ ପୁରା ଦିନ ସୁସ୍ଥ ଅନୁଭବ କରିବା ସହ ଭଲ ନିଦ ମଧ୍ୟ ହୋଇଥାଏ।
ଯୋଗ କରିବା ପୂର୍ବରୁ ନିଜେ କେତେ ସୁସ୍ଥ ଅଛନ୍ତି ପରୀକ୍ଷା କରାଇ ନେବା ଉଚିତ। କାରଣ ଅସୁସ୍ଥ ଥିଲେ ଯୋଗ କରିବା ଅନୁଚିତ।ଯୋଗ କରିବାର ପ୍ରକୃଷ୍ଠ ସମୟ ହେଲା ସକାଳ ଓ ସନ୍ଧ୍ୟା। ଯୋଗ କରିବା ପୂର୍ବରୁ ନିତ୍ୟକର୍ମ ଶେଷ କରନ୍ତୁ। ଯୋଗ କରିବା ପୂର୍ବରୁ ପେଟ ଖାଲି ରଖନ୍ତୁ। ଯୋଗ କରିବା ପାଇଁ ଖୋଲା ପଡ଼ିଆ ବା ପାର୍କ ପ୍ରକୃଷ୍ଠ ସ୍ଥାନ। ପ୍ରଚୁର ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନରେ ଯୋଗ କରନ୍ତୁ। ଘରେ ଯୋଗ କରୁଥିଲେ କବାଟ, ଝରକା ଖୋଲା କରି ଦିଅନ୍ତୁ। ଯୋଗ କରୁଥିବା ସ୍ଥାନ ପ୍ରଦୂଷଣମୁକ୍ତ ହୋଇଥିବା ନିହାତି ଜରୁରୀ। ୧୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ଯୋଗ କରିପାରିବେ। ଯୋଗ କରିବାର ଅଧାଘଣ୍ଟା ପର୍ଯ୍ୟନ୍ତ ଗାଧୋଇବେ ନାହିଁ। କେବେଳ ଯୋଗ ନୁହେଁ, ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ ଭରା ଖାଦ୍ୟ ବି ଦରକାର। ଦିନକୁ ଅତି କମରେ ୬ ରୁ ୮ ଘଣ୍ଟା ଶୋଇବା ବେଶ ଜରୁରୀ। ଯାହା ଶରୀରୁ ଓ ମନକୁ ପ୍ରପୁଲ୍ଲିତ କରିଥାଏ। ପୁରା ଦିନ ଆପଣଙ୍କୁ ସତେଜ ମଧ୍ୟ ଲାଗିଥାଏ । ଏକ ଫିଟ୍ ଶରୀର ପାଇଁ ସବୁବେଳେ ଏକ ମାନଷିକ ସ୍ତରରେ ସୁସ୍ଥ ରହିବା ମଧ୍ୟ ଜରୁରୀ। ଓ୍ବାକ ଆଉଟ ପାଇଁ ସବୁବେଳେ ନିଜକୁ ପ୍ରେରିତ (Motivated) କରିବା ଉଚିତ୍। ଯଦି ତୁମେ ସବୁବେଳେ ନିଜକୁ ଏକ ପଜେଟିଭ୍ ମୁଡ୍ ରେ ରଖୁଛ । ତେବେ, ତାହା ଆପଣଙ୍କୁ ଆଗକୁ ବଢିବାରେ ବେଶ୍ ସହାୟତା କରିବ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)
