ନୀଳଗିରି ଏନ.ଏ.ସି. ର ସ୍ୱଚ୍ଛ ଓଡ଼ିଶା କାର୍ଯ୍ୟକ୍ରମ
ନୀଳଗିରି : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନରେ ଓଡ଼ିଶାର ବିଭିନ୍ନ ସହରାଂଚଳରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଲୁଅଛି । ଏହି ଉପଲକ୍ଷେ ମଙ୍ଗଳବାର ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ “ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା” କାର୍ଯ୍ୟକ୍ରମକୁ ନଗରପାଳ ଅମ୍ବିକା ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ସହରର ବିଭିନ୍ନ ସ୍ଥାନରେ ପହଂଚି ଜନସାଧାରଣମାନଙ୍କୁ ସଚେତନତା କରିଥିଲେ । ଏନ.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ବଡ଼ୁ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଏନ.ଏ.ସି. ସଫେଇ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଆମ ସମ୍ପଦ କେନ୍ଦ୍ର ଆମ ସମ୍ବଳ ସହର ଆମ ସ୍ୱଚ୍ଛ ସୁନ୍ଦର ଓ ନିର୍ମଳର ସ୍ଳୋଗାନ ଦେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
