ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।
ଯାଜପୁର : ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ ଊପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜନ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୈଠକରେ ଆସନ୍ତା ଅକ୍ଟୋବର ୧ ତାରିଖ ଶନିବାର ୮ ଘଟିକାରେ ଯାଜପୁରସ୍ଥ ରାମ ମନ୍ଦିର ନିକଟରୁ ଏକ ସଚେତନତା ରାଲି ବାହାର କରାଯାଇ ସହର ପରିକ୍ରମା କରି ସଂସ୍କୃତି ଭବନ ପରିସରରେ ପହଞ୍ଚିବ । ସେଠାରେ ବୟସ୍କ ନାଗରିକଙ୍କୁ ସ୍ୱାଗତ ପୂର୍ବକ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କ ପାଇଁ ମଧ୍ୟ ଏକ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସଭା କାର୍ଯ୍ୟ ସମାପ୍ତି ପରେ ବୟସ୍କ ନାଗରିକଙ୍କ ପାଇଁ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଏକ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଚ୍ଥି । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ସେହିପରି ଭୋଜନ ବିରତି ପରେ ବୟସ୍କ ନାଗରିକଙ୍କ ମନୋରଂଜନ ପାଇଁ ଏକ ବ୍ୟଙ୍ଗ କବିତା ଆସର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଚ୍ଥି ।ଏହି କାର୍ଯ୍ୟକ୍ରମରେ ବୟସ୍କ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସୈାଖୀନ ଖେଳ ସହିତ ପୁରସ୍କାର ଓ ଶତାୟୁ ନାଗରିକମାନଙ୍କୁ ସମ୍ୱର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଚ୍ଥି । ଜିଲ୍ଲାରେ ରେ ଥିବା ସମସ୍ତ ବୃଦ୍ଧାଶ୍ରମରେ ମଧ୍ୟ ଏହିପରି ଭାବେ ଆନ୍ତର୍ଜୀତୀୟ ବୟସ୍କ ଦିବସ ପାଳନ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମଲିକ ପ୍ରକାଶ କରିଥିଲେ । ସେଠାରେ ମଧ୍ୟ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ସହ ସଭା ଓ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଲି ଆୟୋଜନ ପାଇଁ ପୋଲିସ, ଆମ୍ୱୁଲାନ୍ସର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ । ଜିଲ୍ଳ୍ାର ସମସ୍ତ ବୟସ୍କ ନାଗରିକ ଅନୁଷ୍ଠାନକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବ । ଶେଷରେ ଜିଲ୍ଳ୍ା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସି.ଡି.ଏମ୍.ଓ. ସୁଧାଂଶୁ ଖେଶର ବଳ, ଜିଲ୍୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଳ୍ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍ିକ, ଏପିଡୋମୋଲୋଜିଷ୍ଟ ପାର୍ଥସାରଥୀ ମିଶ୍ର, ଯାଜପୁରର ବରିଷ୍ଠ ନାଗରିକ, ସଭାପତି, ସଂପାଦକ, ଜିଲ୍ଲାର ବରିଷ୍ଠ ନାଗରିକ ମଞ୍ଚର ସଭାପତି, ସମସ୍ତ ଜରାଶ୍ରମକର ସମ୍ପାଦକ, ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।
