ଏଲ.ଆର୍.ପି ନାମରେ ସରକାରଙ୍କ ଘରୋଇ ସଂସ୍ଥା ପୋଷିବା ନୀତିକୁ ଏଆଇଡ଼ିଏସ୍ ଓ ର ତୀବ୍ର ବିରୋଧ
ଭୁବନେଶ୍ୱର : ୨ ବର୍ଷର କରୋନା ମହାମାରୀ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର କ୍ଷତି ହୋଇଥବା ପୁରୁଣା ପାଠର ଭରଣା କରିବା ନାମରେ ୭୨ କୋଟି ଟଙ୍କା ବ୍ୟୟ କରି ଦୁଇଟି ଠିକା ସଂସ୍ଥା ମାଧ୍ୟମରେ ସରକାରଙ୍କର ୩ମାସିଆ ଏଲ୍.ଆର୍.ପି (ଖରବକ୍ସଦ୍ଭସଶ ଜରମକ୍ଟଙ୍ଖରକ୍ସଚ୍ଚ ଚକ୍ଷବଦ୍ଭ) କୁ ଏଆଇଡ଼ିଏସ୍ଓ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଏଆଇଡ଼ିଏସ୍ଓ ରାଜ୍ୟ କମିଟି ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିବୃତିରେ ରାଜ୍ୟ ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ଉଲ୍ଲେଖ କରିଛନ୍ତି କି କେବଳ ଦୁଇ ବର୍ଷ କରୋନା କାଳ ନୁହେଁ କୋରୋନାର ଅନେକ ଆଗରୁ ଦୀର୍ଘ ବର୍ଷ ଧରି ପ୍ରାଥମିକ ସ୍ତରରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଲକ୍ଷାଧିକ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଦବୀ ଗୁଡିକ ଖାଲି ପଡ଼ି ରହିଛି । ୨୦୦୯ ମସିହାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ ଫେଲ ବ୍ୟବସ୍ଥା ଉଚ୍ଛେଦ କରି ଦିଆଯାଇଛି । ଫଳରେ ଅନେକ ଶିକ୍ଷାନୁଷ୍ଠାନ ମୁର୍ମୁଷୁ ଅବସ୍ଥାକୁ ଚାଲିଯିବା ସହ ସମଗ୍ର ରାଜ୍ୟରେ ଛାତ୍ର ଛାତ୍ରୀମାନଙ୍କର ଶିକ୍ଷାଗତ ମାନ ଭୀଷଣ ଭାବରେ ଅଧଃପତିତ ହୋଇଛି । ଏହି କାରଣରୁ ଅନେକ ଅଭିଭାବକ ଘରୋଇ ଶିକ୍ଷା ମୁହାଁ ହେଉଛନ୍ତି ଓ ଭୀଷଣ ଆର୍ôଥକ ଶୋଷଣର ଶିକାର ହେଉଛନ୍ତି । ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଗତ ମାନ ଉନ୍ନତ କରିବା ଆଳରେ ଓଡିଶା ସରକାର ଗତ ୨୦୧୮ ମସିହାରୁ ଏଲ୍.ଇ.ପି (ଖରବକ୍ସଦ୍ଭସଶ ଋଦ୍ଭଷବଦ୍ଭମରଜ୍ଞରଦ୍ଭଗ୍ଧ ଚକ୍ସକ୍ଟଶକ୍ସବଜ୍ଞ) ଜରିଆରେ ପ୍ରାଥମିକ ସ୍ତରରେ ଅର୍ଥାତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ଉଜ୍ଜଲ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଉତ୍ଥାନ ଓ ନବମ ଶ୍ରେଣୀ ପାଇଁ ଉତ୍କର୍ଷ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ପୂରଣ କରିବା ସହ ପାସ ଫେଲ ବ୍ୟବସ୍ଥା ପୁନଃ ପ୍ରଚଳନ କରି ସମଗ୍ର ଶିକ୍ଷା ବିଭାଗକୁ ସ୍ୱାଭାବିକ କରିବା ପାଇଁ ସମେତ ସମଗ୍ର ରାଜ୍ୟର ବିଭିନ୍ନ ଛାତ୍ର ଛାତ୍ରୀ, ଅଭିଭାବକ ମହଲରୁ ଲଗାତାର ଦାବୀ ହୋଇ ଆସୁଥିଲେ ମଧ୍ୟ ନୈରାଶ୍ୟଜନକ ଭାବରେ ସରକାର ଏହି ଦାବିକୁ ଉପେକ୍ଷା କରି ଚାଲିଛନ୍ତି । ଅନ୍ୟଦିଗରେ ଡ଼ାହାଣୀ ହୋଇ ଲାଗିବା – ଗୁଣିଆ ହୋଇ ଝାଡିବା ନ୍ୟାୟରେ ବିଭିନ୍ନ ଆରୋପ ଲଗାଇ ରାଜ୍ୟରେ ୧୪,୩୭୯ ପ୍ରାଥମିକ ସ୍କୁଲ ବନ୍ଦ କରି ଦିଆଯାଇଛି ଯାହା ଫଳରେ ଛାତ୍ର ଓ ଅଭିଭାବକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଉଜୁଡ଼ି ଚାଲିଥିବା ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାର କୌଣସି ଠୋସ ଓ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ୨ ବର୍ଷ କରୋନାରେ ହୋଇଥିବା ପାଠ ପଢାରେ କ୍ଷତି ନେଇ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଅତ୍ୟନ୍ତ ଚତୁରତାର ସହ ଏହି ପରିସ୍ଥିତିକୁ କାମରେ ଲଗାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଗଣତାନ୍ତ୍ରିକ ଭାବରେ ପ୍ରଣୀତ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି -୨୦୨୦କୁ ଆମ ରାଜ୍ୟରେ ବିଭିନ୍ନ କୌଶଳ କରି କାର୍ଯ୍ୟକାରୀ କରିବାକୁ ଯାଇ ଅନୈତିକ ଭାବରେ ୭୨କୋଟି ଟଙ୍କା ବ୍ୟୟ କରି ଦୁଇ ବର୍ଷର କ୍ଷୟକ୍ଷତି ହୋଇଥିବା ପୁରୁଣା ପାଠର ଭରଣା ଆଳରେ ୩ ମାସର ଏଲ୍.ଆର୍.ପି (ଖରବକ୍ସଦ୍ଭସଶ ଜରମକ୍ଟଙ୍ଖରକ୍ସଚ୍ଚ ଚକ୍ଷବଦ୍ଭ) କାର୍ଯ୍ୟକ୍ରମ ପାଇଁ ୨ଟି ଠିକା ସଂସ୍ଥାକୁ କଣ୍ଟ୍ରାକ୍ଟ ଦେଇଛନ୍ତି । ଏହା ଏକ ଅନ୍ତସାର ଶୂନ୍ୟ, ଘରୋଇ ସଂସ୍ଥା ପୋଷିବା କାର୍ଯ୍ୟକ୍ରମ ବୋଲି ଅଭିହିତ କରି ଏହି କାର୍ଯ୍ୟକ୍ରମକୁ ବାତିଲ କରିବା, ଅବିଳମ୍ବେ ଖାଲି ପଡ଼ିଥିବା ଶିକ୍ଷକ, ଶିକ୍ଷା କର୍ମଚାରୀ ପଦବୀ ଗୁଡ଼ିକ ପୂରଣ କରିବା, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ ଫେଲ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି -୨୦୨୦କୁ ବାତିଲ ସହ ପବ୍ଳିକ ଏଡୁକେସନ୍ର ସୁରକ୍ଷା ଦାବିରେ ଛାତ୍ରଛାତ୍ରୀ ଓ ଜନଗଣ ଆଗେଇ ଆସିବା ପାଇଁ ଏଆଇଡିଏସଓ ପକ୍ଷରୁ ଆବେଦନ କରାଯାଇଛି ।
