ପବିତ୍ର ମହାଳୟା ଉପଲକ୍ଷେ ବିରଜା କ୍ଷେତ୍ରରେ ପିଣ୍ଡ ପ୍ରଦାନ ପାଇଁ ଭିଡ ।
ଯାଜପୁର : ପବିତ୍ର ମହାଳୟା ଅମାବାସ୍ୟା ତିଥିରେ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କ ମନ୍ଦିର ପରିସରରେ ଥିବା ନାଭିଗୟା ଠାରେ ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ପ୍ରଦାନ କରିଛନ୍ତି । ଏତଦ୍ ବ୍ୟତିତ ପୂଣ୍ୟତୋୟ ବୈତରଣୀ ଦଶ୍ୱାଶମେଧ ଘାଟରେ ମଧ୍ୟ ବହୁସଂଖ୍ୟକ ଯାତ୍ରୀମାନେ ବହୁ ଦୁର ଦୁରାନ୍ତରୁ ଆସି ସେମାନଙ୍କ ପିତୃ ପୁରୁଷଙ୍କ ଉପଲକ୍ଷେ ପିଣ୍ଡ ପ୍ରଦାନ କରିଛନ୍ତି । ମା ବିରଜାଙ୍କ ଷୋଡଶ ଦିବସୀୟ ପୂଜା ମୂଳାଷ୍ଟମୀଠାରୁ ଚାଲୁ ରହିଛି । ଆଜି ମାଙ୍କ ରଥାଥିବାସ ସିଂହ ଧ୍ୱଜ ରଥରେ ମାଙ୍କ ବିଜେ ପ୍ରତିମାକୁ ବିଧିମୁତାବକ ପୂଜାର୍ଚ୍ଚନା କରି ବାଦ୍ୟ ଯନ୍ତ୍ରରେ ମନ୍ଦିରରୁ ଶୋଭାଯାତ୍ରାରେ ପ୍ରତୀମାଙ୍କୁ ଅଣାଯାଇ ରଥଥିଷ୍ଠ କରାଯାଇଛି ।
