ପତଡା ଗ୍ରାମରେ ସଶସ୍ତ୍ର ଡକାୟତି ଘର ମାଲିକଙ୍କୁ ଭୁଜାଲିରେ ହାଣି ଅଳଙ୍କାର ଓ ଟଙ୍କା ଲୁଟିଲେ
ଖଇରା : ୯ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ ପତଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଉପେନ୍ଦ୍ର ପ୍ରସାଦ କର ଘରେ ପଶି ଲକ୍ଷାଧିକ ଟଙ୍କା ମୁଲ୍ୟର ଅଳଙ୍କାର ଏବଂ ନଗଦ ୫୦ହଜାର ଟଙ୍କା ନେଇ ପଳାଇଛନ୍ତି । ଉପେନ୍ଦ୍ର ଓ ତାଙ୍କ ପତ୍ନୀ ପ୍ରତବାତ କରିବାରୁ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ଉପେନ୍ଦ୍ରଙ୍କୁ ପ୍ରଥମେ ଖଇରା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଶନିବାର ରାତିରେ ଉପେନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ ଖାଇପିଇ ଶୋଇବା ପରେ ରାତି ପ୍ରାୟ ଦେଢଟା ସମୟରେ ଘର ପଛପଟ କବାଟ ଭାଙ୍ଗି ଘରେ ପଶି ଆଲମିରାରୁ ଅଳଙ୍କାର ଓ ଟଙ୍କା ଚୋରାଇ ନେଉଥିବା ବେଳେ ଉପେନ୍ଦ୍ର ପ୍ରତିରୋଧ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ । ରବିବାର ଅପରାହ୍ନରେ ଖଇରା ପୋଲିସ ଏବଂ ଜିଲା ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ତଦନ୍ତ କରିଥିଲେ ଦୁବୃତ୍ତମାନଙ୍କୁ ଧରାଯାଇ ପାରିନାହିଁ । ପୋଲିସ କୁ ଚକମା ଦେଇ ଦୁବୃତ୍ତ ମାନେ ୩ମାସ ମଧ୍ୟରେ ୮ରୁ ଅଧୀକ ଚୋରୀ,ଲୁଟ, ଛିନତାଇ ଭଳି ଘଟଣା ଘଟାଇ ଚାଲିଥିବାରୁ ଖଇରାବାସୀ ଆତଙ୍କିତ ହୋଇ ପଡିଛନ୍ତି ।
