ଶିକ୍ଷୟିତ୍ରୀଙ୍କସୁନାଚେନ ଓ ମୋବାଇଲ୍ଲୁଟିନେଲେ ଦୁର୍ବୃତ୍ତ
ଯାଜପୁର : ବିଦ୍ୟାଳୟରୁ ପାଠ ପଢ଼ାସାରି ଘରକୁ ଫେରୁଥିବା ରାସ୍ତାରେ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ କିଛି ଦୁର୍ବୃତ୍ତ ସୁନାଚେନ୍, ମୋବାଇଲ୍ ଓ ଟଙ୍କା ଲୁଟିନେଇଥିବା ମଙ୍ଗଳପୁର ଥାନାରେ ଶିକ୍ଷୟିତ୍ରୀ ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ମଙ୍ଗଳପୁର ଥାନା କମାଳପୁର ଗ୍ରାମରସ୍ୱର୍ଗତ ପିତାମ୍ବର ସାହୁଙ୍କ ଝିଅ ସିଲିଲତା ସାହୁ (୨୪) ମଙ୍ଗଳପୁରସ୍ଥିତ କଳିଙ୍ଗ ଇଂଲିସ୍ ମିଡିୟମ୍ ସ୍କୁଲରେ ଶିକ୍ଷକତା କରନ୍ତି ।ଚଳିତ ମାସ ୨୪ ତାରିଖ ଶନିବାର ମଧ୍ୟାହ୍ନ ପ୍ରାୟ ୨ ଘଟିକା ସମୟରେ ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟରେ ପାଠପଢ଼ା ଶେଷକରି ନିଜ ସ୍କୁଟିରେକ ମଳପୁରସ୍ଥିତ ଘରକୁ ଫେରୁଥିବା ରାସ୍ତାର ଆରୁହାପୋଲ ନିକଟରେ ଏକ ବାଇକ୍ରେ ଥିବା ୩ଜଣ ଅଚିହ୍ନା ଯୁବକ ହଠାତ୍ ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ବାଇକ୍ରଖି ତାଙ୍କୁ ଅଟକାଇଥିଲେ ।ଶିକ୍ଷୟିତ୍ରୀ ଅଟକିବା ପରେ ତିନିଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ଟିକୁ ଛଣ୍ଡାଇବାକୁ ଉଦ୍ୟମ କରିଥିଲେ ।ସେ ଏହାର ପ୍ରତିବାଦ କରିବାରୁ ୩ଜଣ ଦୁର୍ବୃତ୍ତ ମିଳିତଭାବେ ତାଙ୍କୁ ଘୋସାଡି ନେଇ ନିକଟସ୍ଥ ଏକ ଜଳଶ୍ରୟକୁ ଠେଲି ଦେବା ସହିତ ସେ ପିନ୍ଧିଥିବା ସୁନାଚେନ୍ ଓ ତାଙ୍କ ମୋବାଇଲ୍ ସମେତ ମନିପର୍ସଟିକୁ ଲୁଟିନେଇ ବଉଳାଙ୍ଗ ରାସ୍ତାରେ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଶିକ୍ଷୟିତ୍ରୀ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିର୍ତ୍ତିକରି ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।
