ଲାୟନ୍ସ କ୍ଲବର ପ୍ରଥମ ଜୋନାଲ ଏଡ଼ଭାଇଜରୀ ମିଟିଂ ଅନୁଷ୍ଠିତ।
ବାଲିଆପାଳ : ଲାୟନ୍ସ କ୍ଲବର ପ୍ରଥମ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜୋନ ୧୧ର ଏଡ଼ଭାଇଜରୀ ମିଟିଂ ଶନିବାର ବାଲିଆପାଳ ଆର୍ମ ସ୍ବେଛାସେବୀ ଅନୁଷ୍ଠାନ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଜୋନାଲ ଚେୟାରପର୍ଶନ ଲାୟନ ନବୀନ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏଡ଼ଭାଇଜରୀ ମିଟିଂରେ ରିଜିଓନାଲ ଚେୟାରପରସନ ଲାୟନ ମନୀଷା ଦାସ ଯୋଗଦେଇ ଲାୟନ୍ସ କ୍ଲବର ବିଭିନ୍ନ ବିଷୟରେ ଆଲୋଚନା କରି କିପରି ନୂତନ ଲାୟନ୍ସ କ୍ଲବର ଶକ୍ତିବୃଦ୍ଧି ହେବା ସହିତ ଜନସେବାରେ ନିୟୁଜିତ ହୋଇପାରିବେ ଏବଂ ଉନ୍ନତି ମୂଳକ ପ୍ରକଳ୍ପ କରାଯାଇପାରିବ ସେ ଦିଗରେ ସଦସ୍ୟ ମାନଙ୍କୁ ବୁଝାଇଥିଲେ।ଲାୟନ୍ସ କ୍ଲବ ୩୨୨ସି୫ ଡିଷ୍ଟ୍ରିକ୍ଟ ଜିଏଷ୍ଟି କୋର୍ଡିନେଟର ମମତା ଦାସ କ୍ଲବର ପରିଚାଳନା କମିଟି ଓ ସାଧାରଣ ସଦସ୍ୟଙ୍କ କାର୍ଯ୍ୟାବଳୀ ସହିତ ନୂତନ ମେମ୍ବରଙ୍କୁ କିପରି କ୍ଲବରେ ଯୋଡ଼ି ପାରିବେ ସେ ଦିଗରେ ମାର୍ଗଦର୍ଶନ କରିଥିଲେ।ବାଲିଆପାଳ ଲାୟନ୍ସ କ୍ଲବ ସଭାପତି ଲାୟନ ଅଜୟ କୁମାର ସାହୁ,ବସ୍ତା ଲାୟନ୍ସ କ୍ଲବର ସଭାପତି ଲାୟନ ଅସିତ ମହାନ୍ତି,ଜଳେଶ୍ବର ଲାୟନ୍ସ କ୍ଲବ ସଭାପତି ଲାୟନ ଜିତାରାମ ଦେ,ଲାୟନ ଅନାଦି ଚରଣ ଗିରି,ଲାୟନ ନଭେନ୍ଦୁ ପ୍ରଧାନ,ଲାୟନ ରାଜେନ୍ଦ୍ର ରଣା,ଲାୟନ ଭୁବନ ମୋହନ ପିଳା,ଲାୟନ ସଞ୍ଜୟ କୁମାର ଜେନା,ଲାୟନ ଗୋବିନ୍ଦ ପ୍ରସାଦ ଦାସ,ଲାୟନ ସୁମନ୍ତ ଜେନା,ଲାୟନ ତାରାପଦ କର ପ୍ରମୁଖ ନିଜ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ବାଲିଆପାଳ ଲାୟନ୍ସ କ୍ଲବର ସମ୍ପାଦକ ଲାୟନ ତରୁଣ କୁମାର ମହାପାତ୍ର,ଲାୟନ ଇଂ ଦାମୋଦର ଗିରି,ଲାୟନ ରାଧାକୃଷ୍ଣ ବେହେରା, ଲାୟନ ପ୍ରଶାନ୍ତ ସାହୁ, ଲାୟନ ଅଦୈତ୍ୟ ବାଗ, ଲାୟନ ଡକ୍ଟର ଗୟାରାମ ଗଙ୍ଗାଇ,ଲାୟନ ସତ୍ୟ ଅଞ୍ଜନ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ଲାୟନ ପୀତବାସ ଗିରି ଧନ୍ୟବାଦ ଦେଇଥିଲେ।
