ମଦ ତିଆରି ସରଞ୍ଜାମ ସହିତ ୩୫୦ଲିଟର ଚୋରା ମଦ, ୧୯୯୦ ଲିଟର ପୋଚ ଜବତ୍
ଜଳେଶ୍ୱର : ଜଳେଶ୍ୱର ଉପାନ୍ତ ଅଂଚଳରେ ଚୋରା ମଦ ପ୍ରସ୍ତୁତ ହେଉଥିବା ଜାଣି ବାଲେଶ୍ୱର ଜିଲା ଅଧିକ୍ଷକ ଙ୍କ ନିର୍ଦ୍ଦେଶରେ ଆଜି ଜଳେଶ୍ୱରର ଅତିରିକ୍ତ ତହସିଲଦାର ପୁଲିସ୍ ସହାୟତାରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ୫ଟି ସ୍ଥାନରୁ ମୋଟ ୧୧୫୦ଲିଟର ଚୋରାମଦ ଓ ମଦ ତିଆରି ସରଂଜାମ ସହିତ ୧୯୯୦ଲି ପୋଚ ଜବତ୍ ସହିତ ୫ଜଣଙ୍କୁ ଗିରଫ କରାଯାଇଛି । ଏଥିନେଇ ୫ଟି ମାମଲା ରୁଜୁ ହୋଇଛି । ଜଳେଶ୍ୱର ଅବକାରୀ ଥାନା ଅନ୍ତର୍ଗତ ବରଡିହା ପଂଚାୟତର ବାଇଧର ମୁର୍ମୁ (୪୩)ଙ୍କ ଠାରୁ ୨୨୦ଲି. ଆଇ.ଡି, ଭାଡ୍ରାପଦା ଗ୍ରାମର ସୁଧିର ଟୁଡୁ (୩୫) ୪୫୦ଲି. ଆଇଡି ଓ ୭୦ଲି. ଆଇଡିଏଲ ଏବଂ ସେହି ଗାଁର ଟୁଣିଆ ଟୁଡୁ(୪୦)ଙ୍କ ଠାରୁ ୫୨୦ଲି ଆଇଡି ଓ ୮୦ଲି ଆଇଡିଏଲ୍, ଶ୍ୟାମନଗର ପଂଚାୟତର ଧାନଘେରା ଗାଁ ଦୁର୍ଗାନନ୍ଦ ଟୁଡୁ(୪୦)ଙ୍କ ଠାରୁ ଓ ସେହି ଗାଁ ସୁନାରାମ ଟୁଡୁ (୨୩)ଙ୍କ ଠାରୁ ୪୧୦ଲି ଆଡି ଓ ୫୦ଲି ଆଇଡିଏଲ୍ ଜବତ୍ କରାଯାଇଛି । ଏଥିରେ ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି, ଜଳେଶ୍ୱର ପୋଲିସ୍, ଅବକାରୀ ଇନିସ୍ପେକ୍ଟର ଗାଲୁରାମ ସରେନ୍, ଜିଲ୍ଲା ସ୍କୁର୍ଡ, ଅବକାରୀ ଥାନା ଅଧିକାରୀ ଦେବେନ୍ଦ୍ର ବେହେରା ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ ।
