ନିର୍ବାଚନ ମଣ୍ଡଳୀ ସ୍ତରୀୟ ସେବାପକ୍ଷ ଉପଲକ୍ଷେ ବିଜେପି ପକ୍ଷରୁ ବୃକ୍ଷରୋପଣ
ଜଳେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ସେବାପକ୍ଷ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ଅଗ୍ରୱାଲା ହାଇସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଛି । ଯୁବନେତା ଦିବ୍ୟକାମ ମହାନ୍ତି ନେତୃତ୍ୱରେ ରାଇବଣିଆ ମଣ୍ଡଳ ସଭାପତି ମନୋଜ ସାସମଲ, ସୁବର୍ଣ୍ଣରେଖା ମଣ୍ଡଳ ସଭାପତି ପ୍ରଣବ ପଣ୍ଡା, ପଶ୍ଚିମବାର୍ଡ ମଣ୍ଡଳ ସଭାପତି ପ୍ରତାପ ସେନାପତି, ସ୍ୱପ୍ନେଶ୍ୱର ମଣ୍ଡଳ ସଭାପତି ତପନ ବିଶ୍ୱାଳ, କମଳାକାନ୍ତ ଦେ, ସତ୍ୟବାନ ଚାନ୍ଦ, ସତ୍ୟନାରାୟଣ ବେହେରା, ବିଦ୍ୟାଧର ବେହେରା, ରାଜେଶ ଦୁବେ, ଅଜୟ ଦାସ, ଦୀପକ ବେହେରା ପ୍ରମୁଖ ବହୁ ବ୍ୟକ୍ତି ବୃକ୍ଷରୋପଣରେ ସାମିଲ ଥିଲେ ।
