ଆହାର କେନ୍ଦ୍ର ସମ୍ମୁଖରୁ ବାଇକ ଚୋରି
ସୋର : ସୋର ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ସମ୍ମୁଖରୁ ଆଜି ଅପରାହ୍ଣରେ ଏକ ବାଇକ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ସୋର ଥାନା ଚିତ୍ତୋଳ ଗ୍ରାମର ରାଜେଶ କୁମାର ରାଉତ ସୋର ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରକୁ ଖାଇବାକୁ ଯିବାପାଇଁ ତାଙ୍କର ଓଡ଼ି ୦୧କେ ୪୫୦୧ ନମ୍ବର ବିଶିଷ୍ଟ ହିରୋ ଗ୍ଲେମର ବାଇକଟିକୁ ଆହାର କେନ୍ଦ୍ର ସମ୍ମୁଖରେ ରଖିଥିଲେ । ଖାଇସାରିବା ପରେ ଗାଡିଟିକୁ ରଖିଥିବା ଜାଗାରେ ଦେଖିବାକୁ ପାଇନଥିଲେ । ବହୁ ସମୟ ଧରି ଖୋଜାଖିଜି କରିବା ପରେ ବାଇକଟି ନମିଳିବାରୁ ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ସୋର ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ପ୍ରକାଶ ଥାଉକି ଗତକାଲି ମ୍ମ ଏହି ଡାକ୍ତରଖାନା ପରିସରରୁ ଏକ ବାଇକ ଚୋରି ହୋଇଥିବା ବେଳେ ଆଜି ମ୍ମ ଏକ ବାଇକ ଚୋରି ହୋଇଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏପରି ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ଏବଂ ବାରମ୍ବାର ଡାକ୍ତରଖାନା ପରିସରରୁ ବାଇକ ଚୋରି ହେଉଥିବା ନେଇ ସୋର ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି
