ସୋରରେ ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
ସୋର : ସୋର ବିଜେପି ପକ୍ଷରୁ ଦେବଗିରି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ସଭାପତି ପ୍ରମୋଦ ନାୟକଙ୍କ ପୈାରହିତ୍ୟରେ ମାଣିତ୍ରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସେହି ପରି ପୀତାକାଳିଆ ମଣ୍ଡଳ ବୈଠକ ସୋର ମ୍ୟୁନିସିପାଲିଟି ଅଧୀନ କମରପୁରସ୍ଥିତ କମରପୁର ମୈାଜାରେ ଥିବା ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ଧାମନଗର ବିଧାୟକ ବିଷ୍ଣୁମୋହନ ସେଠୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଦୁଇ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ଗଙ୍ଗାଧର ମିଶ୍ର ଓ ସମ୍ମାନୀୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ରାକେଶ ମଲ୍ଲିକ ଜିଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ରାଜେନ୍ଦ୍ର ନାୟକ, କମଳାକାନ୍ତ ଘଡାଇ , ରବୀନ୍ଦ୍ର ଜେନା, ନରେନ୍ଦ୍ର ବିଶ୍ୱାଳ, ମୁକେଶ ମଲ୍ଲିକ, ପ୍ରହଲ୍ଲାଦ ଦାସ, ଜୟନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ମୋଦୀଙ୍କର ଜନକଲ୍ୟାଣକାରୀ ଯୋଜନାର ରୂପାୟନ ନେଇ ସାଧାରଣ ଜନତାଙ୍କୁ ଜଣାଇବା ସହ ଏହି ଯୋଜନାର ସୁ‘ଳ ପ୍ରକୃତ ହିତାଧିକାରୀଙ୍କ ଉପଲ୍ବ୍ଧ ନେଇ କାର୍ଯ୍ୟକାରୀ କରାଇବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତା ୨୯ ତାରିଖରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଭୂବନେଶ୍ୱର ଗସ୍ତ ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଇଛି । ଶେଷରେ ମଣ୍ଡଳ ପ୍ରଭାରୀ ମୁକ୍ତିକାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ ।
