ମଙ୍ଗଳପୁର କଲେଜ ହଷ୍ଟେଲରୁ ଚୋରି ଉଦ୍ୟମ
ସୋର : ସୋର ବ୍ଲକ ମଙ୍ଗଳପୁର ଶ୍ରୀନିବାସ କଲେଜ ହଷ୍ଟେଲରୁ ଗତ କାଲି ବିଳମ୍ବିତ ରାତିରେ ଚୋରି ଉଦ୍ୟମ କରୁଥିବା ବେଳେ ରାତ୍ରି ଜଗୁଆଳି ସେମାନଙ୍କୁ ଧରିବାକୁ ଯାଇଥିବା ବେଳେ ଚମ୍ପଟ ମାରିଛନ୍ତି । ଏ ସଂପର୍କରେ କଲେଜ ଅ୍ମକ୍ଷ ୨ ଜଣଙ୍କ ନାମରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଏହି କଲେଜର ଗତ ଗୁରୁବାର ବିଳମ୍ବିତ ରାତିରେ ଠାକୁରା ଗ୍ରାମର ଗୟାଧର ଜେନାଙ୍କ ପୁଅ ମୀନକେତନ ଜେନା ଓ ମଙ୍ଗଳପୁର ଗ୍ରାମର ୰ ଅଖିଲ ଗୋଚ୍ଛାୟତଙ୍କ ପୁଅ ନୀଲେଶ ଗୋଚ୍ଛାୟତ ହଷ୍ଟେଲର ପାଣି ପାଇପ ଭାଙ୍ଗି ଚୋରି କରୁଥିବା ବେଳେ ରାତ୍ର ଜଗୁଆଳ ପୂର୍ଣ୍ଣ ଚନ୍ଦ୍ର ରାଉତ ଓ କୃଷ୍ଣ ଚନ୍ଦ୍ର ପଣ୍ଡା ସେଠାରେ ପହଞ୍ଚି ଯିବାରୁ ସେମାନେ ପାଇପ୍ ନେଇ ନପାରି ପଳାଇଯାଇଥିଲେ । ଏ ସଂପର୍କରେ ଜଗୁଆଳଙ୍କଠାରୁ ସୂଚନା କଲେଜ ଅ୍ମକ୍ଷ ଜଗଦୀଶ ଚନ୍ଦ୍ର ବିଶ୍ୱାଳ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।
