ନୀଳଗିରି କ୍ଷୁଦ୍ର ଜଳସେଚନ ବିଭାଗର ମହାଦୁର୍ନିତୀର ଭିଜିଲାନ୍ସ ତଦନ୍ତ ଦାବୀ କଲେ ପୂବର୍ତନ ବିଧାୟକ ଚିତ ଷଡ଼ଙ୍ଗୀ
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର ଥିବା କ୍ଷୁଦ୍ରଜଳସେଚନ ବିଭାଗର ମହାଦୁର୍ନିତୀ ସହ ସରକାରୀ ଅର୍ଥକୁ ବେଆଇନ ଭାବେ ବିନିଯୋଗ କରାଯାଇଥିବା ନେଇ ନୀଳଗିରି ର ପୂର୍ବତନ ବିଧାୟକ ଚିତରଂଜନ ଷଡ଼ଙ୍ଗୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ଇନକ୍ୱାରି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ମୁଖ୍ୟ ଶାସନ ସଚିବ, ୫ଟି ସେକ୍ରେଟାରୀ, ମୁଖ୍ୟଯନ୍ତ୍ରୀ ,ଓଡ଼ିଶା ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଥିବା ଜଣାପଡ଼ିଛି । ଉକ୍ତ ବିଭାଗରେ ବର୍ଷ ବର୍ଷ ଧଣି ସ୍ଥାୟୀ ଏସ.ଡି.ଓ. ନିଯୁକ୍ତି ହେଉ ନ ଥିବା ବେଳେ ଇନ୍ଚାର୍ଜରେ ଚାଲିଛି କାର୍ଯ୍ୟାଳୟଟି । ଉକ୍ତ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ରମେଶ ଦାଶ ୧୦ବର୍ଷ ଧରି ଏଠି ରାଜୁତି କରୁଥିବା ବେଳେ ଦୁର୍ନିତୀରେ ଲିପ୍ତ ରହିଥିବାର ଚିଠିରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ୮ବର୍ଷ ଧରି ରାଜ୍ୟସରକାର ଚାଷୀମାନଙ୍କର ହିତ ପାଇଁ ଚେକ୍ଡେମ୍ ନିର୍ମାଣ ବାବଦରେ କୋଟି କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ କନିଷ୍ଠଯନ୍ତ୍ରୀ ରମେଶ ଦାଶ ଏ ସବୁ ପ୍ରକଳ୍ପ ନିର୍ମାଣରେ ଦୁର୍ନିତୀ କରିଥିବା ଏବଂ ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଖୁମକୁଟ, ସିନ୍ଧୁଆ, ଷୋଳଭଉଣୀ, ପ୍ରମୁଖ ପ୍ରକଳ୍ପରେ ମିଥ୍ୟା ବିଲ୍ ହୋଇଥିବା ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଏ ସମସ୍ତ ପ୍ରକଳ୍ପ ଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ ସହ ଭିଜିଲାନ୍ସ ଇନ୍କ୍ୱାରି ପାଇଁ ଚିଠି ଲେଖିଥିବା ବେଳେ ତୁରନ୍ତ କନିଷ୍ଠ ଯନ୍ତ୍ରୀ ରମେଶ ଦାଶଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବୀ କରିଛନ୍ତି ।
