ନୂତନ ଭେଣ୍ଡିଂ ଜୋନ୍ରେ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟୀ
ନୀଳଗିରି : ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ବହୁବର୍ଷ ଧରି ଦୈନିକ ହାଟ ଚାଲି ଆସୁଥିବା ବେଳେ ପର୍ବପର୍ବାଣୀ ମାନଙ୍କରେ ମୁଖ୍ୟ ରାସ୍ତା ଜାମ ହୋଇ ପଡ଼ୁଥିଲା । ଫଳରେ ଯାନବାହନ ଯାତାୟତରେ ବହୁଅସୁବିଧା ଉପୁଜୁଥିଲା । ଏହାକୁ ଆଖି ଆଗରେ ରଖି ନୀଳଗିରି ଏନ.ଏ.ସି.ର ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଅମ୍ବିକା ଦାସ, ଉପିଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କ ପ୍ରଚେଷ୍ଟାରେ ପାରିପାଶ୍ୱିକ ପରିସ୍ଥିତିକୁଅନୁଦ୍ଧୟାନ କରି ନୀଳଗିରି ରାଡାର ରାସ୍ତା କଡ଼ରେ ୭୨ଲକ୍ଷ ଟଙ୍କା ବ୍ୟୟରେ ଏକ ଭେଣ୍ଡିଂ ଜୋନ୍ ନିର୍ମାଣ କରାଗଲା ପରେ ଏହାର ଶୁଭଉଦଘାଟନ ମଧ୍ୟ ହୋଇଥିଲା । ପରେ ଗୁଣ୍ଡିଚା ବଜାରରେ ଥିବା ସମସ୍ତ ଦୋକାନୀ, ମାଛ, ମାଂସ ଦୋକାନୀମାନଙ୍କୁ ନୂତନ ଭେଣ୍ଡିଂ ଜୋନରେଥାଇଥାନ କରାଗଲା ପରେ ଶନିବାଦ ଦିନ ଉକ୍ତ ଭେଣ୍ଡିଂ ଜୋନରେ ବ୍ୟବସାୟୀମାନେ ତାଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି ।
