ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଖୋଲାଗଲା ପଂଚାୟତ ଗୃହ ଜାଣିଶୁଣି ନଷ୍ଟ କରି ଦିଆଯାଇଥିଲା ବୁରା ବୁରା ଚାଉଳ
ବାହାନଗା : ଅନେକ ସମୟରେ ବହୁ ଯାଗାରେ ଚାଉଳ, ଗହମ, ଚୁଡ଼ା ଆଦି ନଷ୍ଟପରେ ସରକାରୀ ଅଫିସରୁ କାଢ଼ି ବାହାରେ ଫିଙ୍ଗିବା, ପୋଡ଼ିବା, ପୋତିବାଦେବା ଭଳି ଖବର ଖବର କାଗଜରେ ପ୍ରକାଶିତ ହେବା ଦେଖିବାକୁ ମିଳେ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବାହାନଗା ବ୍ଲକ ପଥରପେଣ୍ଠ ପଂଚାୟତରେ । ବାହାନଗା ବ୍ଲକ ପଥରପେଣ୍ଠ ପଂଚାୟତ ଅଫିସରେ ଏକ ଗୃହ ଗତ ପଂଚାୟତ ନିର୍ବାଚନ ପରଠାରୁ ତାଲା ପଡ଼ି ରହିଥିଲା । ନୂତନ ସରପଂଚ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ପରେ ଉପ-ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ୩୮୯୦ ମୂଳେ ଗତକାଲି ବାହାନଗାର ଆଡିସନାଲ ତହସିଲଦାର ଅମ୍ଳାନ କୁମାର ନାୟକ , ଜିପିଓ ଗୌରାଙ୍ଗ ଚନ୍ଦ୍ର କମିଳା ଓ ପିଓ ମାନସ ରଂଜନ ସେଠୀଙ୍କ ଉପସ୍ଥିତିରେ ଚାବି ଭଙ୍ଗା ଯାଇଥିଲା ।ଚାବି ଭାଙ୍ଗିବା ପରେ ସେହି କୋଠରୀରୁ ପ୍ରାୟ ୧୫କୁଇନଟାଲରୁ ଉର୍ଦ୍ଧ ଚାଉଳ ଓ ୧୫୦ରୁ ଉର୍ଦ୍ଧ ଖାଲିବୁରା ବାହାରିଥିଲା । ଚାଉଳ ସବୁ ଉକ୍ତ କୋଠରୀ ଭିତରେ ପଡ଼ି ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଥିଲା । ଉକ୍ତ କୋଠରୀରୁ ବାହାରି ଥିବା ଚାଉଳ କେବେ ଆସିଥିଲା, କାହିଁକି ଆସିଥିଲା ତାହାର ସଠିକ ଖବର ମିଳିପାରି ନାହିଁ । ହେଲେ ସାଧାରଣ ଲୋକଙ୍କ ପାଇଁ ଆସିଥିବା ଚାଉଳକୁ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ନଷ୍ଟ କରିଦିଆଗଲା ତାହା ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଗରିବ ଲୋକଙ୍କ ପେଟକୁ ନାତମାରି ଉକ୍ତ ଚାଉଳକୁ ନଷ୍ଟ କରିଥିବା ଦୋଷିକୁ ଉପଯୁକ୍ତ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣପାଇଁ ସାଧାରଣରେ ଦାବି ହେଉଛି ।
