ବେଆଇନ କରତକଳ ଉପରେ ବନ ବିଭାଗର ଚଢ଼ାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ
ସୋର : ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ବନବିଭାଗ ଭିଜିଲାନ୍ସ ତର‘ରୁ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ କରିଥିବା ଜଣାପଡିଛି । ଆଜି ସକାଳେ ବାଲେଶ୍ୱର ଡିଏ‘ଓ ଆୟୁଷ କୁମାର ଜୈନଙ୍କ ନିର୍ଦେଶକ୍ରମେ ଏବଂ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ଉପସ୍ଥିତିରେ ଏସିଏ‘୍ ଦିଗନ୍ତ ଶୋଭନ ଚାନ୍ଦ, ଭିଜିଲାନ୍ସ ଏସିଏ‘ ତପନ କୁମାର ପରିଡା, ଭିଜିଲାନ୍ସ ଡିଏସପି ଦକ୍ଷିଣ ଚନ୍ଦ୍ର ମୁର୍ମୁ, କୁଲଢିଆ ରେଞ୍ଜର ଅନନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ ଏହି କରତକଳ ଉପରେ ଅଚାନକ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ କରି ବାଲେଶ୍ୱର ନେଇଯାଇଥିବା ଜଣାପଡିଛି । ଜଗନ୍ନାଥପୁର ଗ୍ରାମରେ ଏହି ବେଆଇନ କରତକଳଟି ଚାଲିଥିବାର ବନ ବିଭାଗ ପାଖରେ ଅଭିଯୋଗ ହୋଇ ଆସୁଥିଲା । ଏହି ଚଢ଼ାଉରେ ‘ରେଷ୍ଟର ପ୍ରହଲ୍ଲାଦ ଚନ୍ଦ୍ର ନାୟକ, ଇତିଶ୍ରୀ ମହାପାତ୍ର, ପରମାନନ୍ଦ ନାୟକ, ଭିଜିଲାନ୍ସ ‘ରେଷ୍ଟର ବିବେକାନନ୍ଦ ଜେନା, କୁଳଢିଆ ‘ରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ, ଭିଜିଲାନ୍ସ ଇନ୍ସପେକ୍ଟର ଦଶରଥ ହେମ୍ବ୍ରମ, ‘ରେଷ୍ଟ ଗାର୍ଡ ଶଶାଙ୍କ କୁମାର ଜେନା ପ୍ରମୁଖ ସାମିଲ ହୋଇଥିଲେ
