ମଦରନ୍ଧା ଭାଟି ଉପରେ ଅବକାରୀ ଚଢ଼ାଉ: ଦେଶୀମଦ ଓ ବିୟର ଜବତ: ୨ ଗିରଫ
ସୋର : ସୋର ଅବକାରୀ ବିଭାଗ ତର‘ରୁ ଆଜି ସକାଳେ ବାଘଆମ୍ପୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଭାବେ ଚାଲିଥିବା ମଦରନ୍ଧା ଭାଟି ଉପରେ ଚଢ଼ାଉ କରି ବିପୁଳ ପରିମାଣର ଗୁଡ଼ପୋଚ ନଷ୍ଟ କରିବା ସହ ଦେଶୀମଦ ଜବତ କରାଯାଇଛି । ସୋର ଅତିରିକ୍ତ ତହସିଲଦାର ଅଶ୍ୱିନୀଚୁମାର ପଣ୍ଡାଙ୍କ ନେତୃତ୍ୱରେ ସୋର ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡା, ନୀଳଗିରି ରେଞ୍ଜ ଅବକାରୀ ଆଇଆଇସି ନାରାୟଣ ବେହେରା ସଦଳବଳେ ଆଜି ସକାଳେ ବାଘଆମ୍ପୁଡାରେ ପହଞ୍ଚି ୪ ଗୋଟି ଦେଶୀ ମଦରନ୍ଧା ଭାଟି ଉପରେ ଚଢ଼ାଉ କରି ମଦ ପ୍ରସ୍ତୁତି ପାଇଁ ଥିବା ୪ ହଜାର ଲିଟର ଗୁଡ଼ପୋଚ ନଷ୍ଟ କରିବା ସହ ଦୁଇ ଶହ ଲିଟର ଦେଶୀମଦ ଜବତ କରିଥିଲେ । ଏହି ଚଢ଼ାଉ ହେଉଥିବା ଜାଣିପାରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସେହିପରି ଅପରାହ୍ନରେ ଏହି ଟିମ ବାଳଙ୍ଗ ଗ୍ରାମରେ ଚଢ଼ାଉ କରି ହରିହର ପ୍ରଧାନ ନିକଟରୁ ୩୦ ଲିଟର ଦେଶୀମଦ ଏବଂ ସେରାଲ ହାଁସଦା ନିକଟରୁ ୧୦ଲିଟର ବିୟର ଜବତ କରିବା ସହ ଉଭୟଙ୍କୁ ଗିର‘ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଏଏସଆଇ ଉର୍ମିଳା ବେହେରା, କନେଷ୍ଟବଳ ଦେବାଶିଷ ମଲ୍ଲିକ,ଶଶୀକାନ୍ତ ସାହୁ ଏବଂ ସୋର ଥାନାର ଏପିଆର ପୁଲିସ ସାମିଲ ହୋଇଥିଲେ ।
