୨ ବାଇକ୍ ମୁହାଁମୁହିଁ ଧକ୍କା : ୨ ଜଣ ଗୁରୁତର
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନସ୍ଥ ଘାଟଘରସାହି ପାନବରଜ ନିକଟରେ ୨ ବାଇକ୍ ମୁହଁମୁହିଁ ଧକ୍କାରେ ୨ଜଣ ଯବକ ଗୁରୁତର ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ସଜନାଗଡ଼ କୁସୁୁମିଆ ଅଞ୍ଚଳର ମନୋଜ ବିଶ୍ୱାଳ (୩୦) ଏବଂ ନୀଳଗିରି ଗୋପିନାଥପୁର ଅଞ୍ଚଳର ଶୁଭ୍ରଜିତ୍ ପଣ୍ଡା (୨୫) ପୃଥକ ଦୁଇଟି ବାଇକରେ ବିପରୀତ ଦିଗରୁ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଗାଡ଼ି ଦୁଇଟି ଭାଙ୍ଗି ଚୁର୍ମାର ହୋଇଯାଇଥିଲା । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲ ଅଣାଯାଇ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ମନୋଜର ଅବସ୍ଥା ସଂକଟାପନ୍ନ ଥିବାରୁ ଜଣାଯାଇଛି ।
