ନାବାଳିକା ଅପହରଣ ମାମଲାରେ ଯୁବକ ଅଟକ
ନୀଳଗିର : ନାବାଳିକା ଅପହରଣ ମାମଲାରେ ନୀଳଗିରି ପୋଲିସ ଯୁବକକୁ ଅଟକ ରଖିଥିଲା ବେଳେ ଘଟଣାର ତଦନ୍ତ କରୁଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ପୋଡ଼ାଶୁଳ ଗାଁର ଭୈରବ ସିଂର ନାବାଳିକା ଝିଅ ସେହି ଅଂଚଳର ଏକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ଗତ ସୋମବାର ଅର୍ଥାତ୍ ୧୯.୯.୨୨ରିଖରେ ନାବାଳିକା ଝିଅଟି ସ୍କୁଲରୁ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ବି ନାବାଳିକା ଝିଅର ସନ୍ଧାନ ପାଇ ନ ଥିଲେ । ୨୨/୯/୨୨ରିଖରେ ବିଶେଷ ସୂତ୍ରରୁ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ବରହମପୁର ଥାନା ଅଧୀନସ୍ଥ ଭୋଗଦିଆ ଗାମର ଅଜୁ ସିଂ (୧୯) ସହିତ ସୋର ଅଂଚଳରେ ହାତିଖୁଲିଆ ଗ୍ରାମରେ ରହିଥିବା ଜାଣି ପରିବାର ଲୋକେ ସେଠାରେ ପହଂଚି ଅନୁସନ୍ଧାନ କରି ଉଭୟ ିଅ ପୁଅକୁ ଉଦ୍ଧାର କରିଥିବାର ଝିଅର ବାପା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକାର ବାପାର ଅଭିଯୋଗ ମୂଳେ ନୀଳଗିରି ଥାନାରେ ୨୬୭/୨୨ , ଧାରା ୩୬୩ ରେ ଅପହରଣ ମାମାଲା ରୁଜୁ କରାଯାଇଥିବା ବେଳେ ଅପହର୍ତା ଯୁବକକୁ ଅଟକ ରଖାଯାଇ ଥିବା ବେଳେ ନାବାଳିକା ଝିଅକୁ ବାଲେଶ୍ୱର ସ୍ଥିର ସୁଧାରଗୃହକୁ ପଠାଇ ଦିଆଯାଇଛି ।
