ଓଡ଼ିଶା ଜୀବିକା ମିଶନର ବ୍ଲକସ୍ତରୀୟ ନିଯୁକ୍ତି ଶିବିର
ଯାଜପୁର : ଓଡ଼ିଶା ଜୀବିକା ମିଶନ ଦଶରଥପୁର କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ବଜାର ସନ୍ନିକଟ ଥାଲକୁଡି କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ନିଯୁକ୍ତି ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ବ୍ଲକ ଅନ୍ତର୍ଗତ ୩୫ଟି ପଞ୍ଚାୟତରୁ ମୋଟ୍ ୬୨୦ ଜଣ ଯୁବକ ଯୁବତୀ ଯୋଗଦେଇ ସେ ନିଜ ନିଜର ନାମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୫୩୩ ଜଣ ସିଲାଇ, ରିଟେଲ୍, ଲବିଷ୍ଟିକ୍ ଓ ଇଲୋକ୍ଟ୍ରୋନିକ୍ ଭଳି ବିଭାଗରେ ନିଜ ନାମକୁ ଅନୁବନ୍ଧିତ କରିଥିବା ବେଳେ ସମ୍ପୃକ୍ତ ଯୁବକଯୁବତୀ ୩ ମାସ ମଧ୍ୟରେ ମାଗଣା ତାଲିମ୍ ପ୍ରାପ୍ତହୋଇ କର୍ମନିଯୁକ୍ତି କ୍ଷେତ୍ରରେ ନିଯୁକ୍ତି ଓ ସ୍ୱାବଲମ୍ବି ହୋଇପାରିବେ ବୋଲି ଶିବିରରେ ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ତ୍ରିଲୋଚନ ସେଠୀ, ଏସ୍ଡିସି ରଶ୍ମିତା ପ୍ରଧାନ, ବିକାଶ ରଂଜନ ରାଉତ, ଥାଲକୁଡି ସରପଞ୍ଚ ଗୀତାଞ୍ଜଳୀ ସେଠୀ, ସହକାରୀ ଯନ୍ତ୍ରୀ ରାହାସ ବିହାରୀ ଜେନା, ପିଇଓ ଶରତ ମଲ୍ଲିକ ପ୍ରମୁଖ ଯୋଗଦେଇଥିବା ବେଳେ ଓଡ଼ିଶା ଜୀବିକା ମିଶନରେ କାର୍ଯ୍ୟ କରୁଥିବା ବ୍ଲକର ବିଭିନ୍ନ ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ପରିଚାଳନାରେସହଯୋଗ କରିଥିଲେ ।
