ମୋଟର ଭେଇକିଲ ନିୟମ ଉଲଙ୍ଘନରେ ୩୦ ଜଣଙ୍କ ଠାରୁ ଜୋରିମାନା ଆଦାୟ
ଭୁବନେଶ୍ୱର :ଗତ ୨୪ ଘଂଟା ମଧ୍ୟରେ ଜିଲା ପୋଲିସ କନ୍ଧମାଳ ଜିଲାର ବିଭିିନ୍ନ ସ୍ଥାନରେ ଗାଡି ଚେକିଂ ବେଳେ ମୋଟର ଭେଇକିଲ ନିୟମକୁ ଅମାନ୍ୟ କରିବା ଅପରାଧରେ ସମୁଦାୟ ୩୧୯ ଟି ଗାଡି ଚେକିଂ କରି ୩ ଜଣଙ୍କ ଡିଏଲ କ୍ୟାନ୍ସେଲ୍ କରାଯିବା ସହିତ ୩୦ ଜଣଙ୍କ ଠାରୁ ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।
ସମୁଦାୟ ଜିଲାରେ ୧ ଟି ଅବକାରୀ ମାମଲା ରୁଜୁ କରିବା ସହିତ ୧୫ ଲିଟର ଦେଶୀ ମଦ ଜବତ କରିବା ସହିତ ୧ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି ଏ ସଂପର୍କରେ କନ୍ଧମାଳ ପୋଲିସ୍ ଦ୍ୱାରା ଟ୍ୱିଟ କରି ସୁଚନା ଦିଆଯାଇଛି ।
