ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ
ଜୟପୁର : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । ଏହିପରି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ମାସିଗାଁ ପଂଚାୟତର ଡେଙ୍ଗା କୁସୁମଗୁଡା ଗାଁରେ ଘଟିଛି । ମୃତକ ମହିଳା ଜଣକ ଉକ୍ତ ଗ୍ରାମର ସୁବର୍ଣ୍ଣ ବଡ଼ନାୟକ ବୋଲି ଜଣା ପଡିଛି । ଡେଙ୍ଗାକୁସମଗୁଡାରେ ବୁଦୁ ବଡ଼ନାୟକ ଏବଂ ତାଙ୍କ ସ୍ତ୍ରୀ ସୁବର୍ଣ୍ଣ ବଡ଼ନାୟକ ଦୁହେଁ ଗୋଟିଏ ଘରେ ବସବାସ କରନ୍ତି । ହେଲେ ଗତ କାଲି ରାତିରେ ପାରିବାରିକ କଳହକୁ ନେଇ ସ୍ୱାମୀ ବୁଦୁ ବଡ଼ନାୟକ ଉତକ୍ଷୀପ୍ତ ହୋଇ ଟାଙ୍ଗିଆ ଚୋଟରେ ତାଙ୍କ ସ୍ତ୍ରୀ ସୁବର୍ଣ୍ଣ ବଡ଼ନାୟକଙ୍କୁ ଆକ୍ରମଣ କରିଥିଲେ ଯୋଦ୍ୱାରା କି ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ବୈପାରୀଗୁଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ବେଳେ ସ୍ୱାମୀ ବୁଦୁ ବଡ଼ନାୟକଙ୍କୁ ବୈପାରୀଗୁଡା ପୋଲିସ ଗିରଫ କରିଥିବା ଜଣାପଡିଛି ।
