ଝାରସୁଗୁଡା ଜିଲାରେ ପ୍ରଥମ ହକି ପ୍ରତିଯୋଗିତା ଉଦ୍ଯାପିତ ! ସମସ୍ତ ବୟସ ବର୍ଗରେ ଓଡିଶା ବାଳକ, ବାଳିକା ଚମ୍ଫିଆନ
ଝାରସୁଗୁଡା : ସ୍ଥାନୀୟ ଜବାରହାର ନବୋଦୟ ବିଦ୍ୟାଳୟ ଠାରେ ନବୋଦୟ ବିଦ୍ୟାଳୟ ସମିତି ତରଫରୁ ମଧ୍ୟପ୍ରଦେଶ ର ଭୋପାଳ ଜୋନର ଆଚଂଳିକ ଜବାରହାର ନବୋଦୟ ବିଦ୍ୟାଳୟ ର ହକି ପ୍ରତିଯୋଗିତା ମଙ୍ଗଳବାର ୨୦ ତାରିଖ ରୁ ଆରମ୍ଭ ହୋଇ ଆଜି(ଗୁରୁବାର) ୩ୟ ଦିବସରେ ଉଦ୍ଯାପିତ ହୋଇଛି । ମଧ୍ୟପ୍ରଦେଶ, ଛତିଶଗଡ, ଓ ଓଡିଶାର ୧୯ ବର୍ଷ, ୧୭ ବର୍ଷର ବାଳକ, ବାଳିକା ଦଳ ଅଂଶ ଗ୍ରହଣ କରି ଥିଲେ । ପ୍ରତ୍ୟେକ ବୟସ ବର୍ଗରେ ଓଡିଶା ଦଳ ବିପୁଳ ବିଜୟୀ ଲାଭ କରିଛି । ଫାଇନାଲ ହକି ମ୍ୟାଚ୧୯ ବର୍ଷ ବାଳକ ବର୍ଗ ରେ ଛତିଶଗଡ ଓ ଓଡିଶା ମଧ୍ୟରେ ଅନୁଷ୍ଠିତ ହୋଇ ୫-୦ ଗୋଲରେ ଓଡିଶା ବିଜୟୀ ହୋଇ ଥିଲା । ୧୯ ବର୍ଷ ବାଳିକା ବିଭାଗରେ ଓଡିଶା ଓ ଛତିଶଗଡ ମଧ୍ୟରେ ଅନୁଷ୍ଠିତ ହୋଇ ୨-୦ ଗୋଲରେ ଓଡିଶା ବିଜୟୀ ହୋଇ ଥିଲା । ୧୭ ବର୍ଷ ବାଳକ ବର୍ଗ ରେ ଓଡିଶା ଓ ଛତିଶଗଡ ମଧ୍ୟରେ ଅନୁଷ୍ଠିତ ହୋଇ ଓଡିଶା ୩-୦ ରେ ବିଜୟୀ ହୋଇ ଥିଲା । ୧୯ ବର୍ଷ ବାଳିକା ବିଭାଗରେ ଓଡିଶା ବିଜୟୀ ହୋଇଛି । ଝାରସୁଗୁଡାରେ ହକିର ଓ୍ୟାଲଡ କପ୍ ପୂର୍ବରୁ ହକି ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଆଜି ଉଦଯାପନି ଦିବସରେ ଅତିଥି ଭାବରେ ଝାରସୁଗୁଡା ଏସ୍.ପି ରାହୁଲ ଜୈନ ମୁଖ୍ୟ ଅତିଥି ଭାବରେ ୨ୟ ଓ.ଏସ.ଏପିର ଉପ- ଦୁର୍ଗପତି ଲକ୍ଷ୍ନନ ସିଂ, ଝାରସୁଗୁଡା କ୍ରୀଡାସଂଘ ର ସଂପାଦକ ତାପସ ରାୟ ଚଉଧୁରୀ ଓ ହକି ଓଡିଶାର ଉପ-ସଭାପତି ଜୀବନ ମହାନ୍ତି ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ଥିଲେ । ଜବାରହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଦିକ୍ଷାଜ୍ୟୋତି ମିଶ୍ର ପ୍ରକାଶ କରିଛନ୍ତି ଯେ ଜିଲ୍ଳାପାଳ ଙ୍କ ଚେଷ୍ଟା ଓ ସହଯୋଗ ଯୋଗୁଁ ଏହି ଭୋପାଳ ଜୋନର ଆଚଂଳିକ ହକି ପ୍ରତିଯୋଗିତା କରିବା ସମ୍ଭବ ପର ହୋଇ ପାରିଛି । ବିଜୟୀ ଓଡିଶା ଦଳ ଓ ରନର୍ସ ଅଫ ଛତିଶଗଡ କୁ ଅତିଥି ମାନେ ଟ୍ରଫି ପ୍ରଦାନ କରି ଥିଲେ । ପ୍ରବଳ ବର୍ଷାରେ ପିଲାମାନେ ଭିଜି, ଭିଜି ମଜା ନେଇ ଥିଲେ । ଏହି ପ୍ରତିଯୋଗିତା ଗୁଡିକୁ ମଞୁ ଲାକ୍ରା, ସୁଲୋଚନା ସିଂ,ଓ ଜୟପ୍ରକାଶ କୁଜୁର ପରିଚାଳନା କରି ଥିଲେ ସେମାନଙ୍କୁ ଅତିଥି ସାଟିଫିକେଟ ଓ ଟ୍ରଫି ପ୍ରଦାନ କରି ଥିଲେ । ସ୍କୁଲ ର ଶିକ୍ଷକ, ଛାତ୍ର, ଛାତ୍ରି ମାନେ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାର୍ଯ୍ୟ ସହଯୋଗ ପ୍ରଦାନ କରି ଥିଲେ ।
