ରାସ୍ତାର ଉଭୟ ପାର୍ଶ୍ୱର ବୁଦା ଗଛ କାଟି ସଫା
ବସ୍ତା : ବସ୍ତା ଗାନ୍ଧି ଛକ ରାସ୍ତାର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ପଞ୍ଚାୟତର ଡଗରା ଗ୍ରାମର ଉପେନ୍ଦ୍ର ଜେନାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ଦୁଇ ପୁଅ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ସେଦିନ ସମଗ୍ର ଜିଲାରେ ଦୁଃଖ ଆଣିଦେଇଥିଲା ।
ମାତ୍ର ଦୁର୍ଘଟଣା ସ୍ଥଳ ୩ ଛକିଆ ରାସ୍ତା । ଏହା ଗାନ୍ଧି ଛକ ଓ ବସ୍ତା ତଥା ୬୦ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି । ଯାହାଫଳରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ପୁଣି ରାସ୍ତାର ଉଭୟ ପାର୍ଶ୍ୱର ବୁଦା ଗଛ ଲଟା ହୋଇ ଯାତ୍ରୀ ମାନେ ଅସୁବିଧାରେ ସମୁଖୀନ ହେଉଛନ୍ତି । ଏହି ଘଟଣାକୁ ଲକ୍ଷ୍ୟ କରି ଗୁରୁବାର ବସ୍ତାର ଅଗ୍ରଣୀ ଯୁବ ସଂଗଠନ ୟଙ୍ଗ ଷ୍ଟାର୍ କ୍ଲବ୍ର ସଦସ୍ୟ ମାନେ ରାସ୍ତାର ଉଭୟ ପାର୍ଶ୍ୱର ବୁଦା ଗଛଲଟା କାଟି ସଫା କରିଛନ୍ତି । ଏହି ଲୋକାଭିମୁଖୀ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ସଫେଇ କାର୍ଯ୍ୟକୁ କ୍ଲବର ଉପଦେଷ୍ଟା ସୁଧାଂଶୁ ଶେଖର ଯେନା, ସଭାପତି କିଶୋର ମହାପାତ୍ର, ସଦସ୍ୟ ଅବିନାଶ ନାୟକ, ବେଣୁଧର ବେହେରା, ପ୍ରଶାନ୍ତ ବେହେରା, ରାମହରି ବେହେରା, ଭୋଳାନାଥ ବେହେରା, ମିଜ ବୈଠା, ଶାନ୍ତୁ ଦେ, କମଳା କାନ୍ତ ବେହେରା, ପିଣ୍ଟୁ ବୈଠା, ଉମାକାନ୍ତ ବେହେରା, ଆଶିଷ ରାଉଳ, ରାଜକିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟ କରିଥିଲେ ।
