ଯୁବ ଉଦ୍ୟୋଗୀ ସମ୍ମାନ ପାଇବେ ପ୍ରତୀକ ଜେନା
ବାଲେଶ୍ୱର : ବାଲେଶ୍ୱର ହାଇଲାଣ୍ଡ ଗ୍ରୁପ୍ର ଅଧ୍ୟକ୍ଷ ପ୍ରତୀକ ଜେନା ପାଇଷବ ଯୁବ ଉଦ୍ୟୋଗୀ ସମ୍ମାନ । ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ‘ଦ ୟଙ୍ଗ ଚେଞ୍ଜ ମେକର’ ସମ୍ମିଳନୀ ଓ ସମ୍ମାନ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ ଯେ, ପ୍ରତୀକ ଜେନା ଚିଙ୍ଗୁଡ଼ି ରପ୍ତାନୀକାରୀ ସଂସ୍ଥା ‘ହାଇଲାଣ୍ଡ ଗ୍ରୁପ୍’ର ପରିଚାଳନା ନିର୍ଦ୍ଦେଶକ । ଚଳିତବର୍ଷ ଜାନୁଆରୀ ମାସରେ ସେ ‘ଆଉଟ ଲୁକ୍’ ପତ୍ରିକାର କଭର ପେଜରେ ସ୍ଥାନରେ ପାଇଥିଲେ । ‘ଏ ଟ୍ରେଣ୍ଡସେଟର ଇନ ଦ ସିଫୁଡ ପ୍ରୋସେସିଂ କଲଚର’ ପାଇଁ ସେ ଆଉଟଲୁକ୍ ପତ୍ରିକାରେ ସ୍ଥାନ ପାଇଥିଲେ । ପିଲାବେଳୁ ପ୍ରତୀକ ବ୍ୟବସାୟ ପ୍ରତି ଆକୃଷ୍ଟ ହୋଇଥିଲେ । ପାଠ ପଢୁଥିଲା ବେଳେ ହେଲଥ କ୍ଲବ କରିବା ସହ ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ବ୍ୟବସାୟରେ ମନୋନିବେସ କରିଥିଲେ । ଏବେ ମେରାଇନ୍ ବ୍ୟବସାୟରେ ଲିପ୍ତ ରହିଛନ୍ତି । ୨ବର୍ଷ ଭିତରେ ୪ଶହ କୋଟି ଟଙ୍କାର ରପ୍ତାନୀ କରି ଭାରତ ପାଇଁ ଯୁବ ବ୍ୟବସାୟୀ ଭାବେ ଗୌରବ ଆଣିଛନ୍ତି । ଭାରତର ସି ଫୁଡ୍ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୧୦ ଷ୍ଟାର୍ଟଅପ୍ କମ୍ପାନୀ ଭିତରେ ସେ ସ୍ଥାନ ପାଇଛନ୍ତି । ତାଙ୍କର ଏଭଳି କୃତିତ୍ୱ ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରତୀକ ପୂର୍ବତନ ଏମ୍ପି ତଥା ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଓ ସୁବାସିନୀ ଜେନାଙ୍କ ପୁଅ ।
