ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ୧୧ ରାଜ୍ୟରୁ ଶତାଧିକ ଗିରଫ
ନୂଆଦିଲ୍ଲୀ: ଆକ୍ସନ ମୁଡରେ ଆସିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଆତଙ୍କବାଦୀ ଗତିବିଧିରେ ସାମିଲ ବ୍ୟକ୍ତିଙ୍କୁ ଏନଆଇଏ ସାବାଡ କରୁଛି। ଏଥିପାଇଁ ଦେଶବ୍ୟାପୀ ଚଢାଉ ଜାରି ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚେଟର ଫଣ୍ଡିଂ (ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ) ମାମଲାରେ ଦେଶର ୧୧ଟି ରାଜ୍ୟରୁ ଶତାଧିକ ଲକୋଙ୍କୁ ଗିରଫ କରାଯାଇଛି। ଏହି ସଂଖ୍ୟା ଆଗକୁ ଆହୁରି ପଢିପାରେ ବୋଲି ଅନୁମାନ କରାଯାଉଛି। କେବଳ କରଳରେ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ରେଡ୍ କରିଥିବା ସୂଚନା ମିଳିଛି।
ଦେଶରୁ ଆତଙ୍କବାଦୀଙ୍କୁ ସମୁଳେ ନାଶ କରିବା ପାଇଁ ଏନଆଇଏ ଯେପରି ପଣ କରିଛି। ଗତ କଛି ମାସ ହେବ କାଶ୍ମୀରରୁ କନ୍ୟାକୁମାରୀ ଓ ମଣିପୁରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ସବୁଠି ଏନଆଇଏ ଚଢାଉ କରୁଛି। ଟେରର ଫଣ୍ଡିଂ ମାମଲାର ପର୍ଦ୍ଦାଫାସ କରିବା ପାଇଁ ଏନଆଇଏ ଏହି ଅଭିଯାନ ଚଳାଇଛି। ନିକଟରେ କେରଳର ପ୍ରାୟ ୫୦ଟି ସ୍ଥାନରେ ରେଡ କରାଯାଇଛି। ବିହାର ଓ ତେଲେଙ୍ଗାନରେ ମଧ୍ୟ ଏନଆଇଏ ଚଢାଉ କରିଛି। ଦେଶବ୍ୟାପୀ ଚଢାଉ କରି ପିଏଫଆଇ ସହିତ ଜଡିତ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି। ବିଶେଷ କଥା ହେଉଛି ଏହି ଅଭିଯାନରେ ତଦନ୍ତକାରୀ ସଂସ୍ଥା ସହିତ ଇଡିର ଏକ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।
ସୂଚନା ଯେ, ଏନଆଇଏର ତଦନ୍ତ ପରିସର ଆହୁରି ବଢିପାରେ। ବର୍ତ୍ତମାନ ଦେଶର ୧୧ଟି ରାଜ୍ୟରେ ଏନଆଇଏର ରେଡ୍ ଚାଲିଛି। କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, ୟୁପି, ବିହାର ଏବଂ ମଧ୍ୟପ୍ରଦେଶରୁ ପିଏଫଆଇର ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏନଆଇଏ ଟାର୍ଗେଟରେ ବିଶେଷ କରି ପିଏଫଆଇ କାର୍ଯ୍ୟାଳୟ ରହିଛି। କେରଳର ମଞ୍ଜେରୀସ୍ଥିତ ପିଏଫଆଇ ଚେୟାରମ୍ୟାନ୍ ଓଏମଏ ସଲାମଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ବିଳମ୍ବିତ ରାତିରେ ରେଡ୍ କରାଯାଇଥିଲା। ସେପଟେ ଏନଆଇଏର କାର୍ଯ୍ୟାନୁଷ୍ଠାନକୁ ପିଏଫଆଇ କର୍ମଚାରୀମାନେ ବିରୋଧ କରୁଛନ୍ତି।
ଚଢଉ ବେଳେ ଏନଆଇଏ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ଏନଆଇଏ ପକ୍ଷରୁ କୁହାଯାଇଛି ଯେ, ଏହି ଚଢାଉ ସମୟରେ ଅନେକ ଡିଜିଟାଲ ଉପକରଣ, କାଗଜପତ୍ର ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ କେରଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଉଛି। ଟେରର ଫଣ୍ଡିଂ ମାମଲାରେ ଗିରଫ ସଂଖ୍ୟା ଆହୁରି ବଢିବ ବୋଲି ବିଶ୍ୱାସ କରାଯାଉଛି। ଏହାପୂର୍ବରୁ ଏନଆଇଏ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରି ପ୍ରାୟ ୪୦ ଜଣଙ୍କୁ ଉଠାଇ ନେଇଥିଲା।
