ଇବ ଷ୍ଟେସନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ ଟ୍ରେନ୍ ବାତିଲ
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ବିଳାସପୁର ରେଳମଣ୍ଡଳର ରାଇଗଡ଼ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଇବ ଷ୍ଟେସନ ଠାରେ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ ଟି ଟ୍ରେନ୍ ବାତିଲ୍ ରହିବ । ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଠାରୁ ଚଳିତ ମାସ ୨୨, ୨୬ ଏବଂ ୨୯ ତାରିଖରେ ଏବଂ ମୁମ୍ବାଇ ଏଲଟିଟି ଠାରୁ ୨୪, ୨୮ ଏବଂ ଅକ୍ଟୋବର ୧ ତାରିଖରେ ଛାଡିବାକୁ ଥିବା ୧୨୮୮୦/୧୨୮୭୯ ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ବାତିଲ ରହିବ ।ସେହିପରି ପୁରୀ ଠାରୁ ଚଳିତ ମାସ ୨୭ ତାରିଖରେ ଏବଂ ମୁମ୍ବାଇ ଏଲଟିଟି ଠାରୁ ୨୯ତାରିଖରେ ଛାଡିବାକୁ ଥିବା ୨୨୮୬୬/୨୨୮୬୫ ପୁରୀ-ଏଲଟିଟି-ପୁରୀ ଏକ୍ସପ୍ରେସ ବାତିଲ ରହିବ । ବିଶାଖାପାଟନମ୍ ଠାରୁ ଚଳିତ ମାସ ୨୩, ୨୪ ଏବଂ ୨୭ ତାରିଖରେ ଏବଂ ଅମୃତସରରୁ ୨୪, ୨୫ ଏବଂ ୨୮ ତାରିଖରେ ଛାଡିବାକୁ ଥିବା ୨୦୮୦୭/୨୦୮୦୮ ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ବାତିଲ ରହିବ ।
ସେହିପରି ଭାସ୍କୋ-ଡା-ଗାମା ଠାରୁ ଚଳିତ ମାସ ୨୩ ତାରିଖରେ ଏବଂ ଜସିଡିହ ଠାରୁ ଚଳିତ ମାସ ୨୬ ରେ ଛାଡିବାକୁ ଥିବା ୧୭୩୨୧/୧୭୩୨୨ ଭାସ୍କୋ-ଡା-ଗାମା-ଜସିଡିହ-ଭାସ୍କୋ-ଡା-ଗାମା ଉଭୟ ପାର୍ଶ୍ୱରୁ ଏହାର ନିର୍ଧାରିତ ମାର୍ଗ ପରିବର୍ତେ ସିକନ୍ଦରାବାଦ-ବିଜୟୱାଡା-ଭୁବନେଶ୍ୱର-ନାରାଜ ମାର୍ଥାପୁର-ସମ୍ବଲପୁର ସିଟି ଓ ଝାରସୁଗୁଡା ମାର୍ଗଦେଇ ଚଳାଚଳ କରିବ ।
