ଏକାମ୍ର ସଂରକ୍ଷଣ ଯୋଜନା ଆରମ୍ଭ ପାଇଁ ମୋଦିଙ୍କୁ ଧନ୍ୟବାଦ
ଭୁବନେଶ୍ୱର: ଏକାମ୍ର ସଂରକ୍ଷଣ ଯୋଜନାକୁ ଜାତୀୟ କୀର୍ତିରାଜୀ କତୃପକ୍ଷ(ଏନ୍ଏମ୍ଏ) ଅନୁମତି ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି ବିଜେପି ନେତା ଅମୀୟ ଦାଶ । ଶ୍ରୀ ଦାଶ କହିଛନ୍ତି ଯେ ଅଧାରୁ ଅଟକିଥିବା ଶ୍ରୀଲିଙ୍ଗରାଜ ଏଂଟ୍ରି ପ୍ଲାଜା ପ୍ରକଳ୍ପ ହେବା ଦ୍ୱାରା ଏକାମ୍ର କ୍ଷେତ୍ରର ବିକାଶ ହେବ । ତେବେ ଜମି ହରାଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଉଠା ଦୋକାନୀଙ୍କୁ ଥଇଥାନ କରିବା ଓ ପ୍ରକଳ୍ପକୁ ତୁରନ୍ତ ସାରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
