ବେଲପାହାଡ଼ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କାୟାକଳ୍ପ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଝାରସୁଗୁଡା : ଆଜି ବେଲପାହାଡ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କାୟାକଳ୍ପ ପୁରସ୍କାର 2021-22 ବର୍ଷ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଝାରସୁଗୁଡା ଡା . ଡୋଳମଣୀ ପଟେଲ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବ୍ରଜକିଶୋର ଭୋଇ ,ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବୁଲୁନାଥ ସାହୁ, ସହଯୋଗୀ କାର୍ଯ୍ୟକ୍ରମ ପରିଚାଳକ -ସହରାଞ୍ଚଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଶ୍ରୀ ଶୁଭକାନ୍ତ ପଣ୍ଡା, ଏ ଏମ ସି ପି ଶ୍ରୀ ଜିତେନ୍ଦ୍ର ପାଲ, ଗୁଣବତ୍ତା ଜିଲ୍ଲା ସହ- ପରିଚାଳକ ଶ୍ରୀ ରଞ୍ଜନ ପରିଛା, ଏଏମ ଏଲଆଇଏଏସ ଶ୍ରୀ ସୋମଦତ୍ତ ପୁରୋହିତ,କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ନେତ୍ରୋଶିଳା ପଟେଲ, ପିଏଚଏଏମ ସହରାଞ୍ଚଳ କାର୍ଯ୍ୟକ୍ରମ ଶ୍ରୀ ମଳୟ ରଞ୍ଜନ ପାଣିଗ୍ରାହୀ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରମୋଦ ପ୍ରସାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଡୋଳାମଣି ପଟେଲ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ l ଉକ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଟି ଘୋଷିତ ହେବା ର 6 ମାସ ମଧ୍ୟରେ ର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ଏଭଳି ସଫଳତା ହାସଲ କରିବା ବିରଳ ବୋଲି ବର୍ଣ୍ଣନା କରିଥିଲେ l ଆଗାମୀ ଦିନ ରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର କୁ ଜାତୀୟ ଗୁଣବତ୍ତା ମାନ ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ l ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବୁଲୁନାଥ ସାହୁ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱଚ୍ଛତା ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ସହଯୋଗୀ କାର୍ଯ୍ୟକ୍ରମ ପରିଚାଳକ -ସହରାଞ୍ଚଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଶ୍ରୀ ଶୁଭକାନ୍ତ ପଣ୍ଡା ଉକ୍ତ ଉତ୍ସବରେ ସମସ୍ତ ଅଧିକାରୀ ତଥା ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
